15 lakhs looted at gunpoint
ରାଇରଙ୍ଗପୁର: ଭାରତ ଫାଇନାନ୍ସ କମ୍ପାନି କର୍ମଚାରଙ୍କଠାରୁ ନଗଦ ୪୮ ହଜାର ଟଙ୍କା ସହିତ ମୋବାଇଲ୍ ଫୋନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ସତ୍ୟଜିତ ଦାସ।
ସୂଚନା ଅନୁଯାୟୀ ଦ୍ୱିପ୍ରହର ସମୟରେ ଭାରତ ଫାଇନାନ୍ସ କମ୍ପାନିର କର୍ମଚାରୀ ସତ୍ୟଜିତ୍ ଦାସ ଝରାଡିହି ଅଂଚଳରୁ ଫାଇନାନ୍ସ କରିଥିବା ବ୍ୟକ୍ତିଙ୍କ ଠାରୁ କିସ୍ତି ଟଙ୍କା ଉଠାଇ ଫେରୁଥିବା ସମୟରେ ଝରାଡିହି ଫାଣ୍ଡି ତଥା ତିରିଂ ଥାନା ଅନ୍ତର୍ଗତ ଗିଧିଘାଟି ଗ୍ରାମ ନିକଟରେ ଏକ କଳା ପଲସର୍ ବାଇକ୍ରେ ଦୁଇଜଣ ଯୁବକ ଆସି ମାରଣାସ୍ତ୍ର ଦେଖାଇ ଅଟକାଇ ସତ୍ୟଜିତଙ୍କ ପାଖରେ ଥିବା ୪୮ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ।
ଏନେଇ ସତ୍ୟଜିତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟଯେ ରାଇରଙ୍ଗପୁର ଉପଖଣ୍ଡରେ କିଛି ଦିନ ହେଲା ଚୋରଙ୍କ ଆତଙ୍କ ଖେଳିଛି। ଏନେଇ ତିରିଂ ଥାନାରେ କେଶ୍ ନଂ ୯୨/୨୫ ରେ ଏକ ଅପମୃତ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସେହିପରି ତିରିଂ ଥାନା ଅର୍ନ୍ତଗତ ଗିଧିଘାଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଗତ ରାତିରେ ଦୁର୍ବୃତ୍ତମାନେ ଚାବି ତାଡି ଆସବାବ ପତ୍ର ଏପଟ ସେପଟ କରିବା ସହିତ ଏକ ପ୍ରିଣ୍ଟର ଚୋରି କରିଥିବା ନେଇ ଆରଆଇ ଚିନ୍ମୟ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ତିରିଂ ଥାନାରେ କେଶ୍ ନଂ ୯୧/୨୫ରେ ଏକ ମାମଲା ରୁଜୁ କରି ଘଟଣାର ମୁଖ୍ୟ ଜାରି ରଖିଛି।
Crime | Mayurbhanj
Follow Us