ଟ୍ରକ୍ ଧକ୍କାରେ ମହିଳା ଦଂପତିଙ୍କ ମୃତ୍ୟୁ

ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଚିନ୍ମୟୀରାଣୀ ଶତପଥୀ (୨୩) ଓ ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମିଶ୍ର ବୋଲି ସୂଚନା ମିଳିଛି। ଉଭୟେ କନିଷି ଅଞ୍ଚଳର ବୋଲି ଜଣାପଡିଛି।

ଅଦ୍ୟତନ ହୋଇଛି
Accident

ବ୍ରହ୍ମପୁର: ଆଜି ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଚିନ୍ମୟୀରାଣୀ ଶତପଥୀ (୨୩) ଓ ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମିଶ୍ର ବୋଲି ସୂଚନା ମିଳିଛି। ଉଭୟେ କନିଷି ଅଞ୍ଚଳର ବୋଲି ଜଣାପଡିଛି। ରାତିରେ ଦୁର୍ଗା ପ୍ରସାଦ ଓ ଚିନ୍ମୟୀ ଏକ ବାଇକ୍‌ (ଓଡ଼ି ୦୭ଏଚ- ୮୬୮୨)ରେ ବ୍ରହ୍ମପୁର ଅଭିମୁଖେ କୌଣସି କାମରେ ଆସୁଥିଲେ।

ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଚିନ୍ମୟୀରାଣୀ ଶତପଥୀ (୨୩) ଓ ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମିଶ୍ର

ଜାତୀୟ ରାଜପଥରେ ଇଚ୍ଛାପୁର ପଟୁ ଆସୁଥିବା ଏକ ଟ୍ରକ୍‌(ଏପି-୩୯- ୟୁଡ଼ି-୫୧୩୯) ବାଇକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଟ୍ରାଫିକ୍‌ ଥାନା ଅଧିକାରୀ କହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ବାଇକ୍‌ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe