ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା ସିବିଆଇ

Advertisment

ବେଆଇନ ଖଣି କାରବାର ମାମଲାର ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ।

ବେଆଇନ ଖଣି କାରବାର ମାମଲାର ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ।

Arrest-2

ଭୁବନେଶ୍ବର: ଏକ ବେଆଇନ ଖଣି କାରବାର ମାମଲାର ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ଗିରଫ କରିବା ପରେ ଚିନ୍ତନ ରଘୁବଂଶୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ, ଜାନୁଆରି ତାରିଖରେ ଢେଙ୍କାନାଳ ଖଣି ମାଲିକ ରତିକାନ୍ତ ରାଉତଙ୍କ କାରବାର ଉପରେ ଇଡି ଚଢ଼ଉ କରିଥିଲା। କଟକ, ଢେଙ୍କାନାଳ, ଖୋର୍ଦ୍ଧାଅନୁଗୁଳଯାଜପୁର ଆଦି ୧୫ ସ୍ଥାନରେ ଇଡି ଏକକାଳୀନ ଚଢ଼ଉ କରିଥିଲା। ଖଣି ବ୍ୟବସାୟୀ ଶ୍ରୀ ରାଉତଙ୍କ କୋଲ୍ମାଇନିଂ, ମେଟାଲ୍ଓର୍ମାଇନିଂ, ଅଏଲ୍ ଗ୍ୟାସ୍ଉତ୍ତୋଳନ, କନ୍ଷ୍ଟ୍ରକ୍ସନ୍‌, ମିନେରାଲ୍ଆଣ୍ଡ ମାଇନିଂ କ୍ବାରି ଭଳି ଅନେକ ବ୍ୟବସାୟ ରହିଛି। ଖଣି ମାଲିକ ଶ୍ରୀ ରାଉତଙ୍କ ନାଁରେ ଆସିଥିଲା ବେଆଇନ ଖଣି କାରବାର ଅଭିଯୋଗ।  ଏହି ମାମଲାର ତଦନ୍ତଭାର ନେଇଥିଲା ଇଡି। ଶ୍ରୀ ରଘୁବଂଶୀ ଖଣି ମାଲିକ ଶ୍ରୀ ରାଉତଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡକାଇ ଜେରା କରୁଥିଲେ।

ଗତକାଲି ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ମଧ୍ୟସ୍ଥ ଭକ୍ତି ବେହେରା ଶ୍ରୀ ରାଉତଙ୍କଠାରୁ ୨୦ଲକ୍ଷ ଟଙ୍କା ନେବା ବେଳେ ସିବିଆଇ ମାଡ଼ିବସିଥିଲା। ମାମଲା ରଫାଦଫା କରିବା ପାଇଁ ଶ୍ରୀ ବେହେରା ଏହି ଅର୍ଥ ଦାବି କରିଥିଲେ। ପ୍ରଥମେ ସେ କୋଟି ଟଙ୍କା ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷରୁ ଆଜି ୨୦ଲକ୍ଷ ଟଙ୍କା ଆଣିବା ବେଳେ ମଧ୍ୟସ୍ଥି ବେହେରା ଧରାପଡ଼ିଥିଲେ। ସେ ଖଣି ମାଲିକ ଶ୍ରୀ ରାଉତଙ୍କୁ ରାଜଧାନୀ ଉପକଣ୍ଠସ୍ଥିତ ଏକ ନିର୍ଦ୍ଦିଷ୍ଟ ଜାଗାକୁ ଡାକିଥିଲେ। କିନ୍ତୁ ଏହା ପୂର୍ବରୁ ଖଣି ମାଲିକ ଶ୍ରୀ ରାଉତ ସିବିଆଇରେ ଅଭିଯୋଗ କରିସାରିଥିଲେ ଏବଂ ସିବିଆଇ ଜାଲ ବିଛାଇଥିଲା।  ଇଡି ଅଧିକାରୀ ଶ୍ରୀ ରଘୁବଂଶୀ କିନ୍ତୁ ଏସବୁର ଟେର୍ପାଇନଥିଲେ। ସେ ଗତକାଲି ବାରମ୍ବାର ଫୋନ୍କରି ଦଲାଲ ଭକ୍ତି ବେହେରାକୁ ଟଙ୍କା ଆଣିବା ପାଇଁ କହିଥିଲେ। ସନ୍ଧ୍ୟା ୫ଟା ବେଳେ ଖଣି ମାଲିକ ଶ୍ରୀ ରାଉତଙ୍କ ହାତରୁ ଦଲାଲ ଭକ୍ତି ବେହେରା ୨୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ସିବିଆଇ ଟିମ୍ମାଡ଼ି ବସିଥିଲା। ପରେ ସିବିଆଇ ଟିମ୍ଶ୍ରୀ ବେହେରାଙ୍କୁ ଜେରା କରି  ଶ୍ରୀ ରଘୁବଂଶୀଙ୍କ ପାଖରେ ପହଞ୍ଚିଥିଲା। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ ଶ୍ରୀ ରଘୁବଂଶୀ ୨୦୧୩ ମସିହା ବ୍ୟାଚ୍ ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍‌) ଅଫିସର୍  

ହେଲେ ଗତକାଲି ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ମଧ୍ୟସ୍ଥ ଭକ୍ତି ବେହେରା ଶ୍ରୀ ରାଉତଙ୍କଠାରୁ ୨୦ଲକ୍ଷ ଟଙ୍କା ନେବା ବେଳେ ସିବିଆଇ ମାଡ଼ିବସିଥିଲା। ମାମଲା ରଫାଦଫା କରିବା ପାଇଁ ଶ୍ରୀ ବେହେରା ଏହି ଅର୍ଥ ଦାବି କରିଥିଲେ। ପ୍ରଥମେ ସେ କୋଟି ଟଙ୍କା ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷରୁ ଆଜି ୨୦ଲକ୍ଷ ଟଙ୍କା ଆଣିବା ବେଳେ ମଧ୍ୟସ୍ଥି ବେହେରା ଧରାପଡ଼ିଥିଲେ। ସେ ଖଣି ମାଲିକ ଶ୍ରୀ ରାଉତଙ୍କୁ ରାଜଧାନୀ ଉପକଣ୍ଠସ୍ଥିତ ଏକ ନିର୍ଦ୍ଦିଷ୍ଟ ଜାଗାକୁ ଡାକିଥିଲେ। କିନ୍ତୁ ଏହା ପୂର୍ବରୁ ଖଣି ମାଲିକ ଶ୍ରୀ ରାଉତ ସିବିଆଇରେ ଅଭିଯୋଗ କରିସାରିଥିଲେ ଏବଂ ସିବିଆଇ ଜାଲ ବିଛାଇଥିଲା।  ଇଡି ଅଧିକାରୀ ଶ୍ରୀ ରଘୁବଂଶୀ କିନ୍ତୁ ଏସବୁର ଟେର୍ପାଇନଥିଲେ। ସେ ଗତକାଲି ବାରମ୍ବାର ଫୋନ୍କରି ଦଲାଲ ଭକ୍ତି ବେହେରାକୁ ଟଙ୍କା ଆଣିବା ପାଇଁ କହିଥିଲେ। ସନ୍ଧ୍ୟା ୫ଟା ବେଳେ ଖଣି ମାଲିକ ଶ୍ରୀ ରାଉତଙ୍କ ହାତରୁ ଦଲାଲ ଭକ୍ତି ବେହେରା ୨୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ସିବିଆଇ ଟିମ୍ମାଡ଼ି ବସିଥିଲା। ପରେ ସିବିଆଇ ଟିମ୍ଶ୍ରୀ ବେହେରାଙ୍କୁ ଜେରା କରି  ଶ୍ରୀ ରଘୁବଂଶୀଙ୍କ ପାଖରେ ପହଞ୍ଚିଥିଲା। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ ଶ୍ରୀ ରଘୁବଂଶୀ ୨୦୧୩ ମସିହା ବ୍ୟାଚ୍ ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍‌) ଅଫିସର୍

 

arrested

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe