୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଗଲେ ‘ଇଡି’ର ଉପନିର୍ଦ୍ଦେଶକ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର: ସିବିଆଇ, ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବୃଦ୍ଧି

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ ଚିନ୍ତନ ରଘୁବଂଶୀ।

ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଅବଗତ କରିଥିଲେ।

ସୂଚନା ଅନୁସାରେ ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଅବଗତ କରିଥିଲେ। ସିବିଆଇ ସୂଚନା ଆଧାରରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଆଜି ୨୦ ଲକ୍ଷ ଟଙ୍କା ନେଉଥିବା ବେଳେ ଅତର୍କିତ ଚଢ଼ାଉ କରି ଧରିଛି। ଘଟଣାସ୍ଥଳରୁ ସିବିଆଇର ବରିଷ୍ଠ ଅଧିକାରୀମାନେ ରଙ୍ଗବ‌ୋଳା ୨୦ ଲକ୍ଷ ଟଙ୍କା ଜବତ କରିଥିଲେ। ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ପଚରାଉଚୁରା କରୁଛି।  

 cbi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe