ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲା: ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇର ୮ଜଣିଆ ଟିମ୍

Advertisment

ପୁଣି ଅଡ଼ୁଆରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ। ଆଜି ସକାଳେ ସିବିଆଇର ୮ଜଣିଆ ଟିମ୍ ତାଙ୍କର ସରକାରୀ କ୍ବାର୍ଟରରେ ପହଞ୍ଚଥିଲେ। ହେଲେ ବିଷ୍ଣୁପଦ ସେଠୀ ସେମାନଙ୍କୁ ଘରେ ପୁରାଇ ନଦେଇ, ବରଂ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ।

ପୁଣି ଅଡ଼ୁଆରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ। ଆଜି ସକାଳେ ସିବିଆଇର ୮ଜଣିଆ ଟିମ୍ ତାଙ୍କର ସରକାରୀ କ୍ବାର୍ଟରରେ ପହଞ୍ଚଥିଲେ। ହେଲେ ବିଷ୍ଣୁପଦ ସେଠୀ ସେମାନଙ୍କୁ ଘରେ ପୁରାଇ ନଦେଇ, ବରଂ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ପୁଣି ଅଡ଼ୁଆରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ। ଆଜି ସକାଳେ ସିବିଆଇର ୮ଜଣିଆ ଟିମ୍ ତାଙ୍କର ସରକାରୀ କ୍ବାର୍ଟରରେ ପହଞ୍ଚଥିଲେ। ହେଲେ ବିଷ୍ଣୁପଦ ସେଠୀ ସେମାନଙ୍କୁ ଘରେ ପୁରାଇ ନଦେଇ, ବରଂ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ଚଢ଼ାଉ କରିବାକୁ ସିବିଆଇର ୮ଜଣିଆ ଟିମ୍ ପହଞ୍ଚିଥିବା ଜଣାଯାଇଛି। ତଦନ୍ତରେ ସିବିଆଇର ୮ଜଣିଆ ଟିମକୁ ସହଯୋଗ କରୁନଥିବା କୁହାଯାଉଛି। ସିବିଆଇ ସମନ କରିବା ପରେ ବି ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ହାଜର ହୋଇନଥିଲେ। 

ଉଲ୍ଲେଖଯୋଗ୍ୟ, ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ସିବିଆଇ ସମନ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ରାଜ୍ୟ ସରକାର ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଦାୟିତ୍ବରେ ଥିବା ତିନି ବିଭାଗ ଦାୟିତ୍ବରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଏଥିସହିତ ସେ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ଅବସ୍ଥାପିତ ହୋଇଥିଲେ। ସାଧାରଣତଃ ଏହି ପଦବି ଏକ ଦଣ୍ଡନୀୟ ପଦବି ଭାବେ ବିବେଚନା କରାଯାଏ। 
ସୂଚନାଯୋଗ୍ୟ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ତନାଘନା ଜାରି ରହିଛି। ଏହି ମାମଲାରେ ସିବିଆଇ ଉକ୍ତ ଉଦ୍ୟୋଗର ଜିଏମ୍ଙ୍କ ସମେତ ଆକାଉଣ୍ଟସ୍ ଅଧିକାରୀ ଓ ଅନ୍ୟ ଜଣେ ଅଧିକାରୀଙ୍କୁ ଘନଘନ ଜେରା କରିଛି। ଜିଏମ୍ ଭୂପେନ୍ଦ୍ର ସିଂହଙ୍କୁ ୬ଘଣ୍ଟା ମାରାଥନ ଜେରା କରାଯାଇଥିଲା ଏବଂ ଆକାଉଣ୍ଟସ୍ ଅଫିସର୍ଙ୍କୁ ୭ ଦିନ ହେଲା ପର୍ଯ୍ୟାୟକ୍ରମେ ପଚରାଉଚରା କରାଯାଇଥିଲା। ବିଶେଷକରି ଅଭିଯୁକ୍ତ ଠିକାଦାର ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ କେଉଁ କାମ ପାଇଁ କେତେ ବିଲ୍ ପାସ୍ କରାଯାଇଛି, ସେନେଇ ସିବିଆଇ ଜେରା କରିଥିଲା। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। 
ସିବିଆଇର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡିସେମ୍ବର ୫ ତାରିଖରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀ ଭେଟିଥିଲେ। ଡିସେମ୍ବର ୬ ତାରିଖରେ ପେଣ୍ଟା ଏ ଷ୍ଟୁଡିଓ ନିର୍ଦେଶକ ସନ୍ତୋଷ ମହାରଣା ଓ ତାଙ୍କ ବାପା ମନମୋହନ ମହାରଣାଙ୍କୁ ତୁରନ୍ତ ଭେଟିବାକୁ କହିଥିଲେ ଚଞ୍ଚଲ୍। ଲାଞ୍ଚ ଆକାରରେ ଦିଆଯିବାକୁ ଥିବା ୧୦ ଲକ୍ଷ ଟଙ୍କାକୁ ପରବର୍ତ୍ତୀ ବିଲ୍ କିମ୍ବା କାର୍ଯ୍ୟାଦେଶରେ ଆଡ୍ଜଷ୍ଟ କରାଯିବ ବୋଲି ଚଞ୍ଚଲ୍ କହିଥିଲେ। ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ ନାଲ୍କୋ ଦାମନଯୋଡ଼ି ବିଶାଖପାଟଣାରେ ସିଭିଲ୍ କାମ କରିବାକୁ ଟେଣ୍ଡର ନେଇଛି ଏବଂ ଏହି କାମ ପାଇଁ ପେଣ୍ଟା ଏ ଷ୍ଟୁଡିଓକୁ ଦାୟିତ୍ବ ଦେଇଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ନେଇ ଜିଏମ୍ ଭୂପେନ୍ଦ୍ରଙ୍କୁ ସିବିଆଇ ପଚରାଉଚରା କରିଛି। ଏହି କାରବାରରେ ଆଇଏଏସ୍ ବିଷ୍ଣୁପଦଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ପଚାରିଥିଲା। ସେହିଭଳି ୪ ତାରିଖରେ ଜିଏମ୍ ଭୂପେନ୍ଦ୍ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ହାତଲେଖା ଚିଠି ଲେଖିଥିବା ପ୍ରସଙ୍ଗରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe