ଝାଡାବାନ୍ତି ସ୍ଥିତି ପରଖିଲେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍

Advertisment

ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ଟିମ୍‌ର ଦୁଇ ଜଣ ସଦସ୍ୟ ପ୍ରଥମେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଓ ଡକ୍ଟରଙ୍କ ସହ ସମୀକ୍ଷା କରିଥିଲେ।

ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ଟିମ୍‌ର ଦୁଇ ଜଣ ସଦସ୍ୟ ପ୍ରଥମେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଓ ଡକ୍ଟରଙ୍କ ସହ ସମୀକ୍ଷା କରିଥିଲେ।

IMG_20250619_174451

Central team in Bhadrak Photograph: (sambad.in)

ଭଦ୍ରକ: ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ଟିମ୍‌ର ଦୁଇ ଜଣ ସଦସ୍ୟ ପ୍ରଥମେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଓ ଡକ୍ଟରଙ୍କ ସହ ସମୀକ୍ଷା କରିଥିଲେ। ପରେ ୱାର୍ଡକୁ ଯାଇ ଝାଡ଼ାାବାନ୍ତି ଆକ୍ରାନ୍ତଙ୍କ ସହ ଆଲୋଚନା କରିଥିଲେ। ଝାଡ଼ାବାନ୍ତି ଦ୍ଵାରା ପ୍ରଭାବିତ ହୋଇଥିବା ଷୋଳମପୁର ପଞ୍ଚାୟତ, ତିଖିଲିଆ, ଦାଣ୍ଡକୁଳ ଗ୍ରାମକୁ ଯାଇଥିଲେ।

ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଏବେ ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ସ୍ଵସ୍ଥ୍ୟ କର୍ମୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆକ୍ରାନ୍ତ ଓ ଅନ୍ୟମାନଙ୍କୁ ସଫା ସୁତୁରା ରହିବା ସହ ବିଭିନ୍ନ ସ୍ବାସ୍ଥ୍ୟ ଟିପ୍ସ ଦେଉଛନ୍ତି । ବିଭିନ୍ନ ସ୍ଥାନରୁ ଜଳର ସମ୍ପଲ ଟେଷ୍ଟ ସହ ନମୁନା ସଂଗ୍ରହ କରି ନେଇଛନ୍ତି।

ସ୍ଵତନ୍ତ୍ର ଟିମ୍‌ର ସଦସ୍ୟ ଡକ୍ଟର ସୁବାଶିଷ ମହାନ୍ତି  ଭଦ୍ରକ ସିଡିଏମଓ ଡାକ୍ତର ସୁଧୀର ରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିବା ବେଳେ ଭଣ୍ଡାରିପୋଖରୀ ମେଡ଼ିକାଲର ଇନ୍ ଚାର୍ଜ କମଳା କାନ୍ତ ସ୍ବାଇଁ ଙ୍କ ସହାଆଲୋଚନା କରିଥିଲେ। ପରେ ଭଦ୍ରକ ଆସି ସି ଡ଼ି ଏମ ଓ ଙ୍କ ସହ ଝ୍ଡ଼ାବାନ୍ତି କିଭଳି ଆଉ ଅଧିକ ନା ବ୍ୟାପବ୍ ଦେ ନେଇ ଆଲୋଚନା କରିଥିଲେ। 

ଝାଡାବାନ୍ତି ବ୍ୟାପିବା ପରେ ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦିନ ପାଇଁ ଘୁଞ୍ଚିଲା ସ୍କୁଲ କଲେଜ ଖୋଲିବା ନିଷ୍ପତ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ, ସ୍କୁଲ, କଲେଜ ଓ ଅଙ୍ଗନବାଡ଼ିକୁ ବନ୍ଦ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୨୩ ତାରିଖରେ ଖୋଲିବ ସ୍କୁଲ କଲେଜ। ଭଦ୍ରକ ଜିଲ୍ଲାକୁ ଆସିଥିବା କେନ୍ଦ୍ର ଓ ରାଜ୍ୟର ସ୍ଵତନ୍ତ୍ର ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଜିଲ୍ଲାପାଳଙ୍କୁ ଭେଟିଚନ୍ତି। ଡକ୍ଟର ଗୌତମ ଚୌଧୁରୀ, ଡକ୍ଟର ପ୍ରମିତ୍ ଘୋଷ, ଡକ୍ଟର ସୁବାଶିଷ ମହାନ୍ତିଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକରେ ବିଶୋଧନ ପ୍ରକ୍ରିୟା ଚାଲିଛି। ଲୋକଙ୍କୁ ସଚେତନ ରହିବା ପାଈଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପରାମର୍ଶ ଦେଇଛନ୍ତି। 

Bhadrak | Health 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe