ଏପ୍ରିଲ ୧୨ରେ ଭୁବନେଶ୍ବର ଏମ୍‌ସ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍‌ଘାଟନ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶନିବାର ଏମ୍ସ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଏହି ଜାତୀୟ ପ୍ରତିଷ୍ଠାନର ଅଭିବୃଦ୍ଧି ଏବଂ ଉତ୍କର୍ଷତାର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟର ସାକ୍ଷୀ ରହିବ। 

JP Nadda

JP Nadda Photograph: (sambad.in)

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶନିବାର ଏମ୍ସ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଏହି ଜାତୀୟ ପ୍ରତିଷ୍ଠାନର ଅଭିବୃଦ୍ଧି ଏବଂ ଉତ୍କର୍ଷତାର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟର ସାକ୍ଷୀ ରହିବ। 

ଏହି ଗସ୍ତ ଅବସରରେ, ଶ୍ରୀ ନଡ୍ଡା କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍‌ଘାଟନ କରିବେ। ଏହି ବ୍ୟବସ୍ଥା, ଏମ୍ସ ଭୁବନେଶ୍ୱରର ଗବେଷଣା କ୍ଷମତାକୁ ଏକ ନୂତନ ଶିଖରକୁ ନେବାର ସମ୍ଭାବନା ରଖିଛି। ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଡାକ୍ତର, ଗବେଷକ, ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ବିକାଶ ଏବଂ ସୁଦୂରପ୍ରସାରୀ ଚିକିତ୍ସା ଗବେଷଣା କ୍ଷେତ୍ରକୁ ସଶକ୍ତ କରିବ ବୋଲି ବିଶ୍ବାସ ଥିବା ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। 

ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା ବହୁମୁଖୀ (ଗ୍ୟାଷ୍ଟ୍ରୋନୋମି) ବ୍ଲକ୍‌ର ଶିଳାନ୍ୟାସ କରିବେ। ଏହା ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଚିକିତ୍ସକ, କର୍ମଚାରୀ ଏବଂ ଜନସାଧାରଣଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ନେଇ ଯୋଜନା କରାଯାଇଛି। ଏହି ଆଧୁନିକ ଭିତ୍ତିଭୂମି ଗୋଟିଏ ଛାତ ତଳେ ବିବିଧ ସେବା ପ୍ରଦାନ କରିବାରେ ସହାୟକ ହେବ। 

ଏହି ଗସ୍ତ ଅବସରରେ, ଶ୍ରୀ ନଡ୍ଡା ଏମ୍‌ସ ଭୁବନେଶ୍ୱରର ଏକ ନୂତନ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିବେ। ଏହି ୱେବସାଇଟ୍‌ରେ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ ନିମନ୍ତେ ବହୁ ବ୍ୟବସ୍ଥା ରହିଛି। ସହଜରେ ଏମ୍‌ସର ବିଭିନ୍ନ ସେବା ପାଇବାକୁ ଲୋକମାନେ ଏହା ମାଧ୍ୟମରେ ସୂଚନା ପାଇପାରିବେ। 

ଏହା ବ୍ୟତୀତ, ଇଏଚ୍‌ଏସ କ୍ଲିନିକ୍ ଏବଂ ଅମୃତ୍‌ ଫାର୍ମାସିକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବେ ଶ୍ରୀ ନଡ୍ଡା। ଏହା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଏବଂ ସୁଲଭ ଔଷଧର ସୁଗମତାକୁ ଉନ୍ନତ କରିବ। ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍‌ସର ସାମଗ୍ରୀକ ବିକାଶ ନେଇ ଏକ ବିଶେଷ ସମୀକ୍ଷା ବୈଠକ କରିବେ। ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନ ଏବଂ  ନଡ୍ଡା ଜୀଙ୍କ ଗତିଶୀଳ ନେତୃତ୍ୱରେ ଏମ୍‌ସ ଭୁବନେଶ୍ୱର ଉତ୍କର୍ଷ ପଥରେ ଆଗକୁ ବଢ଼ି ଚାଲିଛି।

Health | AIIMS Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe