କେନ୍ଦ୍ରୀୟ ଟିମ୍‌ର କୋରାପୁଟ ଗସ୍ତ: ପିଏମ୍‌ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ

Advertisment

କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ। ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି।

କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ। ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି।

କୋରାପୁଟ: କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ। ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି। ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିସନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍ କାର୍ଡ ପ୍ରମୁଖ  ୧୧ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ କୋରାପୁଟ  ବ୍ଳକର କୋରାପୁଟ ବ୍ଲକ , କୋରାପୁଟ ପୌରାଂଚଳ, ରାଜପୁଟ, ଲୁଙ୍ଗୁରୀ, ତୋୟାପଟ, ଲକ୍ଷ୍ମୀପୁର, ମାରବାଇଗୁଡା, ପଂଚଡା, କାଉଗୁଡା ଯାଇ ଆଲୋଚନା କରିଥିଲେ।

ପ୍ରଥମେ ଏହି ଟିମ୍ କୋରାପୁଟରେ ଥିବା ଆରଏସଇଟିଆଇ ତାଲିମ୍ କେନ୍ଦ୍ରରେ ପିଏମ୍ ବିଶ୍ବକର୍ମା ତାଲିମ ଶିବିରରେ ଯୋଗ ଦେଇଥିଲେ। ଏଥିରେ ଯୋଗଦେଇଥିବା ହିତାଧିକାରୀ, ସରପଂଚ, ଡାକବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ କୋରାପୁଟରେ ଥିବା ବଢ଼େଇ ୟୁନିଟର ପରିଦର୍ଶନ କରି ଆଲୋଚନା କରିଥିଲେ। ରାଜପୁଟ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରକୁ ଯାଇ  ମାଣ୍ଡିଆ ପ୍ରକ୍ରିୟାକରଣ ବୁଝିଥିଲେ। ପୋଷଣ ୨.୦ ସମ୍ପର୍କରେ ଲୁଙ୍ଗୁରୀ, ଡୁମୁରୀପଦର ଅଙ୍ଗନୱାଡୀ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଲକ୍ଷ୍ମପୁରରେ ବଢ଼େଇ ୟୁନିଟ୍ ସହ ପିଏମ୍ ବିଶ୍ବକର୍ମା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଲକ୍ଷ୍ମୀପୁର ସିଏଚସି, ମାରବାଇଗୁଡାରେ ଥିବା ସେନିଟେସନ୍ ପାର୍କ, କାଉଗୁଡାରେ ଷ୍ଟ୍ରବେରୀ ଚାଷ ଦେଖିଥିଲେ। 

ଏହି କେନ୍ଦ୍ରୀୟ ଟିମଙ୍କ ଗସ୍ତ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ୍, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ବିଡିଓ ଡ.ଦେବାଶିଷ ଗୌଡ଼, କୋରାପୁଟ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ୍ ଶବିର ସାହା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।।

ସୂଚନାଯୋଗ୍ୟ, ଗତକାଲି ଏହି ଟିମ୍ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି ପ୍ରମୁଖ  ୭ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଜୟପୁର ବ୍ଳକର ଟାଙ୍କୁଆ, ଜୟପୁର ପୌରାଞ୍ଚଳ ଏବଂ ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଯାଇ ଆଲୋଚନା କରିଥିଲେ। ଚନ୍ଦ୍ରପଡ଼ା ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ।

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe