କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଶରତ କୁମାର ପଳିତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Advertisment

ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ବିଦାୟୀ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ଯରେ ଫେବ୍ରୁଆରି ୨୮ ତାରିଖରେ ଏକ ହୃଦୟସ୍ପର୍ଶୀ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ବିଦାୟୀ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ଯରେ ଫେବ୍ରୁଆରି ୨୮ ତାରିଖରେ ଏକ ହୃଦୟସ୍ପର୍ଶୀ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

Central University

Central University Photograph: (Sambad )

କୋରାପୁଟ: ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ବିଦାୟୀ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ଯରେ ଫେବ୍ରୁଆରି ୨୮ ତାରିଖରେ ଏକ ହୃଦୟସ୍ପର୍ଶୀ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୨ ବର୍ଷର ଉତ୍ସର୍ଗୀକୃତ ସେବା ପରେ ପ୍ରଫେସର ପଳିତା ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ସୁନାବେଡ଼ା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଭାଷା ବିଦ୍ୟାଳୟର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା, ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ବିକେ ପଣ୍ଡାଙ୍କ ସମେତ ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ବବିଦ୍ୟାଳୟ ପ୍ରତି ପ୍ରଫେସର ପଳିତାଙ୍କ ଅମୂଲ୍ୟ ଅବଦାନ, ବିଶେଷ କରି ଅଭିବୃଦ୍ଧି ଓ ବିକାଶର ଗୁରୁତ୍ବପୂର୍ଣ୍ଣ ସମୟରେ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ସମାଜ ଗଠନରେ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଜଣେ ପ୍ରକୃତ ଶିକ୍ଷକ ଅବସର ପରେ ମଧ୍ୟ ପ୍ରେରଣା ଓ ଶିକ୍ଷାଦାନ ଜାରି ରଖିଥାନ୍ତି। ସେ ପ୍ରଫେସର ପଳିତାଙ୍କ ସୁନ୍ଦର ଭବିଷ୍ୟତ କାମନା କରିବା ସହ ତାଙ୍କ ସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ଜୀବନ କାମନା କରିଥିଲେ।

ବିଶ୍ୱବିଦ୍ୟାଳୟର ବିଭିନ୍ନ ନିଷ୍ପତ୍ତି ଗ୍ରହଣ କାରୀ କମିଟିରେ ପ୍ରଫେସର ପଳିତାଙ୍କ ସହ କାମ କରିବାର ସ୍ମୃତିକୁ ଭାଷା ସମୂହର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା ବର୍ଣ୍ଣନା କରିବା ସହ ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ପରିସ୍ଥିତିରେ ମାର୍ଗଦର୍ଶନ କରିବାରେ ତାଙ୍କର ଭୂମିକାକୁ ସ୍ୱୀକାର କରିଥିଲେ। ପ୍ରଫେସର ବି.କେ.ପଣ୍ଡା ଅନେକ ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରି ମିଳିତ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଥା ସ୍ମରଣ କରିଥିଲେ। ପ୍ରଫେସର ପଳିତାଙ୍କ ସହ କାମ କରିବା ସମୟରେ ହୋଇଥିବା ସ୍ମରଣୀୟ ଅନୁଭୂତିକୁ ମନେ ପକାଇ ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ତାଙ୍କ ଅକ୍ଳାନ୍ତ କାର୍ଯ୍ୟ ପାଇଁ କୃତଜ୍ଞତା ଓ ପ୍ରଶଂସା କରିଥିଲେ।

ବିଦାୟୀ ଅଭିଭାଷଣରେ ପ୍ରଫେସର ପଳିତା ଏହି ସମ୍ମାନନୀୟ ବିଦାୟ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହ ବିଶ୍ବବିଦ୍ୟାଳୟରେ ତାଙ୍କ କାର୍ଯ୍ୟକାଳ ରେ ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଠାରୁ ମିଳିଥିବା ସହଯୋଗକୁ ସ୍ୱୀକାର କରିଥିଲେ। ବିଶ୍ୱବିଦ୍ୟାଳୟ ସହିତ ତାଙ୍କର ଯାତ୍ରା ବିଷୟରେ ସେ କହିଥିଲେ ଯେ ସେ ଯେଉଠି ବି ରୁହନ୍ତି ସେଠାରେ ତାଙ୍କ ସମୟର ମଧୁର ସ୍ମୃତି ସବୁବେଳେ ବହନ କରିବେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe