ମରଣଜନ୍ତା ପାଲଟିଛି ଚକରା ବିଷୋୟୀଛକ ରାସ୍ତା

Advertisment

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ଦେଇ ଯାଇଥିବା ରାଜ୍ୟରାଜପଥ ସଡ଼କ ମରଣଜନ୍ତା ପାଲଟିଛି।ଗ୍ରାମ୍ୟ ସଡ଼କ ଠାରୁ ବି ହୀନ ପୂର୍ତ୍ତ ବିଭାଗର ରାସ୍ତା। ମୁଖ୍ୟ ସଡ଼କ ରାସ୍ତା ଖଲଖମାରେ ଭର୍ତ୍ତି।ବର୍ଷା ଦିନକୁ ରାସ୍ତାରେ ଆଣ୍ଠୁଏ ଖାଲରେ ପାଣି ଜମି ରହୁଛି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ଦେଇ ଯାଇଥିବା ରାଜ୍ୟରାଜପଥ ସଡ଼କ ମରଣଜନ୍ତା ପାଲଟିଛି।ଗ୍ରାମ୍ୟ ସଡ଼କ ଠାରୁ ବି ହୀନ ପୂର୍ତ୍ତ ବିଭାଗର ରାସ୍ତା। ମୁଖ୍ୟ ସଡ଼କ ରାସ୍ତା ଖଲଖମାରେ ଭର୍ତ୍ତି।ବର୍ଷା ଦିନକୁ ରାସ୍ତାରେ ଆଣ୍ଠୁଏ ଖାଲରେ ପାଣି ଜମି ରହୁଛି।

G Udayagiri

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ଦେଇ ଯାଇଥିବା ରାଜ୍ୟରାଜପଥ ସଡ଼କ ମରଣଜନ୍ତା ପାଲଟିଛି।ଗ୍ରାମ୍ୟ ସଡ଼କ ଠାରୁ ବି ହୀନ ପୂର୍ତ୍ତ ବିଭାଗର ରାସ୍ତା। ମୁଖ୍ୟ ସଡ଼କ ରାସ୍ତା ଖଲଖମାରେ ଭର୍ତ୍ତି।ବର୍ଷା ଦିନକୁ ରାସ୍ତାରେ ଆଣ୍ଠୁଏ ଖାଲରେ ପାଣି ଜମି ରହୁଛି। ସେଇ ରାସ୍ତା ଦେଇ ସମସ୍ତ ସରକାରୀ ଅଧିକାରୀ ଏବଂ ଲୋକ ପ୍ରତିନିଧି ଯାତାୟତ କରୁଥିଲେ ମଧ୍ୟ ଏହି ରାସ୍ତାର ଦୁର୍ଦଶା କାହା ନଜରରେ ପଡୁନି। ସମସ୍ତେ ଯେମିତି ଆଖି ବୁଜି ଦେଇଛନ୍ତି।

ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଏହି ରାସ୍ତାରେ ନିୟମିତ ଯାତାୟତ କରିବା ସହ ଅନ୍ୟ କାର୍ଯ୍ୟ ତଦାରଖ କରୁଛନ୍ତି ହେଲେ ଏହି ରାସ୍ତାର ଅବସ୍ଥା ତାଙ୍କ ନଜରକୁ ଆସୁନି। ସ୍ଥାନୀୟ ସହରର ଚକରା ବିଷୋୟୀ ଛକର ମୁଖ୍ୟରାସ୍ତାର ଅବସ୍ଥା କହିଲେ ନସରେ। ଆଣ୍ଠୁଏ ଖାଲକୁ କାଦୁଅ ପାଣି ପଚପଚ।

ପୂର୍ତ୍ତ ବିଭାଗ ପକ୍ଷରୁ ବର୍ଷ ସାରା କେଉଁଠି ନା କେଉଁଠି ମରାମତି ରାସ୍ତାକଡ଼ ରଙ୍ଗ ମାରିବା ହେଉ ଗଛ କଟା ହେଉ ଚାଲିଥାଉଛି। ପୁଣି ବିନା ଟେଣ୍ଡାରରେ ସଲାସୁତରାରେ ଏପଟେ ସହରର ମୁଖ୍ୟ ରାସ୍ତା ଖୋଳି ହୋଇ ପାଣି ଜମିଲେ ବି କାହାର ନଜରକୁ ନ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତୁରନ୍ତ ସହରର ମୁଖ୍ୟ ସଡକ ନିର୍ମାଣ କରିବାକୁ ଦାବି ହୋଇଛି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe