ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ୬୫ବର୍ଷୀୟା ଶଯ୍ୟାଶାୟୀ ବୃଦ୍ଧା

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ତାରାବାଡ଼ି ଗ୍ରାମର ଚନ୍ଦ୍ରିକା ପ୍ରଧାନଙ୍କ ପ୍ରକୃତ ବୟସ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ବ। କିନ୍ତୁ ଆଧାରକାର୍ଡରେ ତାଙ୍କ ବୟସ ମାତ୍ର ୫୯ ବର୍ଷ ହୋଇଛି। ବର୍ତ୍ତମାନ ସେ ଶଯ୍ୟାଶାୟୀ ଅଟନ୍ତି। ତାଙ୍କ ଗୋଡ଼ ହାତ ସଂପୂର୍ଣ୍ଣ ଫୁଲି ଯାଇଛି।

G Udaygiri

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧ ନମ୍ୱର୍ ୱାର୍ଡ ତାରାବାଡ଼ି ଗ୍ରାମର ଚନ୍ଦ୍ରିକା ପ୍ରଧାନଙ୍କ ପ୍ରକୃତ ବୟସ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ବ। କିନ୍ତୁ ଆଧାରକାର୍ଡରେ ତାଙ୍କ ବୟସ ମାତ୍ର ୫୯ ବର୍ଷ ହୋଇଛି। ବର୍ତ୍ତମାନ ସେ ଶଯ୍ୟାଶାୟୀ ଅଟନ୍ତି। ତାଙ୍କ ଗୋଡ଼ ହାତ ସଂପୂର୍ଣ୍ଣ ଫୁଲି ଯାଇଛି। କିଛି ଦିନ ତଳେ ସେ ରକ୍ତହୀନତା ଯୋଗୁଁ ରକ୍ତ ନେଇଥିଲେ।

ଏମିତି ଦୀର୍ଘ ବର୍ଷ ହେବ ତାଙ୍କ ଦେହ ଅସୁସ୍ଥ ଅଛି। ତାଙ୍କର ଏକ ମାତ୍ର ପୁଅ। ସେ ଅବିବାହିତ। ବୃଦ୍ଧା ବାପାମାଆଙ୍କୁ ଚଳେଇବା ନିମନ୍ତେ ବର୍ତ୍ତମାନ ସେ ଦାଦନ ଖଟିବାକୁ କେରଳ ଯାଇଛନ୍ତି। ତାଙ୍କ ପାଖରେ ରହି ଦେଖା ଶୁଣା କରିବାକୁ କେହି ନାହାନ୍ତି। ସ୍ତ୍ରୀଙ୍କର ଭତ୍ତା ନିମନ୍ତେ ବୃଦ୍ଧା ସ୍ବାମୀ ଅନେକ ଥର କଳିଙ୍ଗା ପଞ୍ଚାୟତରେ ଆବେଦନ କରିଛନ୍ତି। କିନ୍ତୁ ବୟସ ହେଉନାହିଁ ବୋଲି ତାଙ୍କର ଭତ୍ତା ହୋଇପାରୁନାହିଁ ବୋଲି ତାଙ୍କୁ କୁହାଯାଉଛି।

ବୟସ ଯଦି ନ ହେଉଛି ତାହାହେଲେ ସେ ଶଯ୍ୟାଶାୟୀ ଭିନ୍ନକ୍ଷମ ଭତ୍ତା ବ୍ୟବସ୍ଥା କରିବା ପ୍ରଶାସନର ଦାୟିତ୍ୱ ଥିବା ବେଳେ ସେଇ ଦାୟିତ୍ୱ ନ ନେଇ ସରକାରୀ ଅଧିକାରୀମାନେ ବିଭିନ୍ନ ଆଳ ଦେଖେଇ ନିରୀହ ଗରିବ ଅସହାୟ ଲୋକଙ୍କୁ ବାରମ୍ବାର ଦୌଡେଇବା କେତେ ଯୁକ୍ତି ସଙ୍ଗତ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ଏଣୁ ତୁରନ୍ତ ପ୍ରଶାସନିକ ଅଧିକାରୀମାନେ ଚନ୍ଦ୍ରିକାଙ୍କ ଭତ୍ତା ପ୍ରଦାନ ନିମନ୍ତେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe