କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା: ପୁଣି ପଶୁବଳି

ଆଜି ଭବାନୀପାଟଣାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏଥିରେ ପୁଣି ମାନସିକ ପୂରଣ ନାଆଁରେ  ଶହ ଶହ ସଂଖ୍ୟାରେ ପଶୁବଳି ଦିଆଯାଉଛି। ଏଥିଯୋଗୁଁ ରକ୍ତରଞ୍ଜିତ ହୋଇଛି ରାଜପଥ।

878ee73e-ca22-4b0f-b2d3-8399d39628e1

ଭବାନୀପାଟଣା: ଆଜି ଭବାନୀପାଟଣାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏଥିରେ ପୁଣି ମାନସିକ ପୂରଣ ନାଆଁରେ  ଶହ ଶହ ସଂଖ୍ୟାରେ ପଶୁବଳି ଦିଆଯାଉଛି। ଏଥିଯୋଗୁଁ ରକ୍ତରଞ୍ଜିତ ହୋଇଛି ରାଜପଥ। ଗତ ବର୍ଷ ଭଳି  ଚଳିତ ଥର ମଧ୍ୟ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ଲାଗି ବଳି ଦେଇଥିବା ଜଣାଯାଇଛି।  ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରୁଛନ୍ତି।
ଶୁକ୍ରବାର ଭୋର ୪ଟାରେ  ମା’ ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ମାଣିକେଶ୍ବରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ରାଜପରିବାର ଛତରକୁ ସ୍ବାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ। ଛତରଯାତ୍ରାରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ନିଜ ମାନସିକ ପାଇଁ ପାରା ଉଡ଼ାଇବା ସହିତ ପ୍ରାୟ ୪ କିମି ଅଧିକ ରାସ୍ତାରେ ବୋଦା, କୁକୁଡ଼ା, ବଳି ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe