chhatisgarh mla will stay at malkangiri Photograph: (sambad.in)
ମାଲକାନଗିରି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ଛତିଶଗଡ଼ ମନ୍ତ୍ରୀ ତଥା ବର୍ତ୍ତମାନ କୋଣ୍ଟା ବିଧାୟକ କବାସୀ ଲାଖମା ଏବେ ମାଲକାନାଗିରିରେ ରହିବେ। ଜାମିନ ମିଳିବା ପରେ କୋର୍ଟଙ୍କ ସର୍ତ୍ତ ଅନୁଯାୟୀ ସେ ଛତିଶଗଡ଼ରେ ପ୍ରବେଶ କରିପାରିବେ ନାହିଁ। ସେଥିପାଇଁ ସେ ପଡ଼ୋଶୀ ଜିଲ୍ଲା ମାଲକାନାଗିରିକୁ ନିଜର ରହଣି ସ୍ଥଳ ଭାବେ ବାଛିଛନ୍ତି। ଆଜି ମାଲକାନାଗିରିରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ଓ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ପ୍ରକାଶ ଥାଉକି ଛତିଶଗଡରେ ମନ୍ତ୍ରୀ ଥିବା ବେଳେ ବିଧାୟକ କବାସୀ ଲାଖମା ମଦ ଦୁର୍ନୀତିରେ ଫସିଥିଲେ। ତାଂକ ଘରେ ଇଡି ଚଢାଉ ପରେ ସେ ଗିରଫ ହୋଇଥିଲେ। ସେ ୧୩ ମାସ ଜେଲରେ ରହିବା ପରେ ଅନ୍ତରିଣ ବେଲରେ ଆସିଛନ୍ତି। କିନ୍ତୁ ତାଂକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଛତିଶଗଡରେ ରହିପାରିବେ ନାହିଁ।
ତେଣୁ ସେ ରହିବା ପାଇଁ ମାଲକାନଗିରିକୁ ବାଛିଥିଲେ। ବିଧାୟକ ଶ୍ରୀ ଲାଖମା ମାଲକାନାଗିରି ପହଞ୍ଚିବା ପରେ ଜିଲ୍ଲା ସଭାପତି ଜି.ଶ୍ରୀନିବାସ ରାଓ ଏବଂ ସମସ୍ତ କଂଗ୍ରେସ ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।
Indrabati: ଇନ୍ଦ୍ରାବତୀ ଜଳଭଣ୍ଡାର ଅବବାହିକାରେ ନିର୍ମାଣାଧୀନ ପୋଲର ଅଗ୍ରଗତି ମାଗିଲେ ମୁଖ୍ୟଯନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ସମସ୍ତ ନିୟମକୁ ସମ୍ମାନର ସହ ପାଳନ କରିବେ
ସେ ସ୍ପଷ୍ଟ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ସମସ୍ତ ନିୟମକୁ ସମ୍ମାନର ସହ ପାଳନ କରିବେ। ଏହି ସମୟ ମଧ୍ୟରେ ସେ ମାଲକାନାଗିରି ଅଞ୍ଚଳର ବିଭିନ୍ନ ସମସ୍ୟା ବୁଝିବେ ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରହିବେ। ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇ ମାଲକାନାଗିରି କଂଗ୍ରେସ ଶିବିରରେ ଏବେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ ଫେବୃଆରୀ ୩, ୨୦୨୬ରେ ଲାଖମାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ସର୍ତ୍ତ ରଖିଛନ୍ତି ଯେ ସେ କୋର୍ଟ ଶୁଣାଣି ବ୍ୟତୀତ ଛତିଶଗଡ଼ରେ ପ୍ରବେଶ କରିପାରିବେ ନାହିଁ। ଏହି କାରଣରୁ ସେ ଓଡ଼ିଶାର ସୀମାନ୍ତ ଜିଲ୍ଲା ମାଲକାନାଗିରିକୁ ନିଜର ଅସ୍ଥାୟୀ ବାସସ୍ଥାନ ଭାବେ ବାଛିଛନ୍ତି
Follow Us