କାର୍ଯ୍ୟାନୁଷ୍ଠାନ: କାର୍ଯ୍ୟରେ ଅବହେଳା ନେଇ ପୁଣି ଜଣେ ଥାନାଧିକାରୀ ନିଲମ୍ବିତ

କାର୍ଯ୍ୟରେ ଅବହେଳା ପାଇଁ ଗତକାଲି ଜଣେ ପୁଲିସ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ଜଣେ ପୁଲିସବାବୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ଓଡ଼ିଶା ରାଜ୍ୟ ପୁଲିସ ମହାନିର୍ଦେଶକ ନିଲମ୍ବନ କରିଛନ୍ତି।

chhatrapur

ଛତ୍ରପୁର: କାର୍ଯ୍ୟରେ ଅବହେଳା ପାଇଁ ଗତକାଲି ଜଣେ ପୁଲିସ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ଜରେ ପୁଲିସବାବୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ଓଡ଼ିଶା ରାଜ୍ୟ ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ।  

ଛତ୍ରପୁର ଥାନା ସେକେଣ୍ଡ ଅଫିସର ବିଶ୍ୱଜିତ ନାୟକ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛିl ଦେବାଶିଷ ମହାନ୍ତି ଚଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେl ଏହା ପୂର୍ବରୁ ସେ ପୁରୀ ଜ଼ିଲ୍ଲା ଡେଲାଙ୍ଗର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେl ହେଲେ ଛତ୍ରପୁର ଥାନାରେ ମାତ୍ର ୫ ମାସ ୨୦ ଦିନ କାମ କଲା ପରେ ତାଙ୍କରି କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବନ କରାଯାଇଛିl

ସୂଚନାଯୋଗ୍ୟ, ଗତକାଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଏକ ମାମଲାରେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାମରେ ଅଭିଯୋଗ ଉଠୁଥିବା ଘଟଣାକୁ ନେଇ ଚର୍ଚ୍ଚା ବଢୁଥିଲା ବେଳେ ଖାକିବର୍ଦ୍ଦିରେ କଳଙ୍କର ଛିଟା ଲାଗିବା ସମସ୍ତେ କହୁଛନ୍ତି। କୁହାଯାଉଛି ଯେ, ଶ୍ରୀ ବଳିୟାରସିଂହ କର୍ତ୍ତବ୍ୟରେ ଅବହେଳା କରୁଥିଲେ, ଯେଉଁଥି ପାଇଁ ତାଙ୍କୁ ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି। କେଉଁ କାରଣ ପାଇଁ ସେ ନିଲମ୍ବିତ ହେଲେ ସେ ବିଷୟରେ ଯଦିଓ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟର ଅର୍ଡରରେ ଉଲ୍ଲେଖ ହୋଇନାହିଁ। ତଥାପି ବରିଷ୍ଠ ଅଧିକାରୀଙ୍କ ପାଖରେ ରାଜେଶ ବଳିୟାରସିଂଙ୍କ ବିରୋଧରେ କିଛି ପ୍ରମାଣ ଥିବା ଅନୁମାନ କରାଯାଉଛି।

ଚର୍ଚ୍ଚା ମୁତାବକ ବାବୁ ଜଣକ କୋରାପୁଟ ଜିଲ୍ଲା ଜୟରପୁର ଟାଉନ ଥାନାରେ ଥିଲା ବେଳେ ଗଂଜେଇ ଚୋରା ଚାଲାଣରେ ଅଭିଯୁକ୍ତମାନଙ୍କ ସହିତ ସମ୍ପୃକ୍ତ ଥିଲେ।  ଜୟପୁର ପୁଲିସ୍ ଭୁବନେଶ୍ୱରରେ ପହଂଚି ତନାଘନା କରିଥିଲା। ଏପଟେ ଥାନା ଅଧିକାରୀ ୫ଦିନ ଛୁଟିନେଇ ନିଜ ପରିବାର ସହ ଭୁବନେଶ୍ୱରରେ ରହୁଥିଲା ବେଳେ ତାଙ୍କୁ ଜୟପୁର ପୁଲିସ୍ ତାଙ୍କୁ ଡାକି ପଚରାଉଚରା କରିବା ଆରମ୍ଭ କରିଦେଇଥିଲା। ଗଂଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଜୟପୁର ପୁଲିସ୍ ଗିରଫ କରିବା ଓ ଏପଟେ ଭୁବନେଶ୍ୱରର ଏକ ଥାନାରେ ପୁଲିସ୍ ହେପାଜତରେ ଥିବା ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ବଳିୟାରସିଂ ଫେରାର ହୋଇଯିବା ଘଟଣା ଭୁବନେଶ୍ୱର ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

 ganjam | Odisha police 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe