ସର୍ବ ଭାରତୀୟ ଗଣିତ-ଇଂରାଜି ଅଲିମ୍ପିଆଡ୍‌ରେ ପ୍ରଥମ ସ୍ଥାନ ରଖିଲେ ଛତ୍ରପୁର ଛାତ୍ର

ଗଣିତ ଅଲିମ୍ପିଆଡ୍‌ରେ ରେୟାଂଶ ରଞ୍ଜନ ନାହାକ ସାରା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇଂରାଜି ଅଲିମ୍ପିଆଡ୍‌ରେ ଆନିମେଶ ପାତ୍ର ମଧ୍ୟ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Chhatrpur students

Chhatrpur students Photograph: (sambad.in)

ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁରର ବଜରଙ୍ଗୀନଗରସ୍ଥିତ ଦ ନ୍ୟୁ ଏଜ ୟୁରୋକିଡସ ସ୍କୁଲର ଛାତ୍ରଛାତ୍ରୀମାନେ ଦିନକୁ ଦିନ ସଫଳତାର ପାହାଚ ଅତିକ୍ରମ କରିବାରେ ଲାଗିଛନ୍ତି। ଗତ କିଛି ଦିନ ତଳେ ଉକ୍ତ ସ୍କୁଲର ଜଣେ ୯ ବର୍ଷର କୁନି ଛାତ୍ରୀ ସାଇନ୍ସ ଅଲମ୍ପିଆଡ ଲେଭେଲ ୨ ପ୍ରତିଯୋଗିତାରେ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏବେ ଆଉ ଦୁଇ ଛାତ୍ର ପୁଣି ସଫଲତାର ଶିର୍ଷରେ ପହଂଚିଛନ୍ତି।

ଗଣିତ ଅଲିମ୍ପିଆଡ୍‌ରେ ରେୟାଂଶ ରଞ୍ଜନ ନାହାକ ସାରା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇଂରାଜି ଅଲିମ୍ପିଆଡ୍‌ରେ ଆନିମେଶ ପାତ୍ର ମଧ୍ୟ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସ୍କୁଲ ଓ ଉଭୟ ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଗତ ଡିସେମ୍ବର ମାସରେ ନୂଆଦିଲ୍ଲୀର ସିଲଭର ଜୋନ୍ ଦ୍ୱାରା ଆୟୋଜିତ ଗଣିତ ଏବଂ ଇଂରାଜି ଅଲିମ୍ପିଆଡ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛତ୍ରପୁର ଦ ନ୍ୟୁ ଏଜ ୟୁରୋକିଡସ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ରେୟାଂଶ ରଞ୍ଜନ ନାହାକ ଓ ତୃତୀୟ ଶ୍ରେଣୀର ଛାତ୍ର ଆନିମେଶ ପାତ୍ର। ଗଣିତ ଅଲିମ୍ପିଆଡ୍‌ରେ ରେୟାଂଶ ରଞ୍ଜନ ନାହାକ ସାରା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇଂରାଜି ଅଲିମ୍ପିଆଡ୍‌ରେ ଆନିମେଶ ପାତ୍ର ମଧ୍ୟ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଛତ୍ରପୁରର ଏହି ଦ ନ୍ୟୁ ଏଜ ୟୁରୋ ସ୍କୁଲର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଦୁଇ ଛାତ୍ରଙ୍କ ସଫଳତାରେ ସ୍କୁଲ କର୍ତ୍ତୁପକ୍ଷ ଏବଂ ତାଙ୍କ ପରିବାର ବର୍ଗ ବେଶ ଖୁସି ଜାହିର କରିଛନ୍ତି। ଅନ୍ୟପଟେ ଆନିମେଶ ଓ ରେୟାଂଶ ରଞ୍ଜନ ତାଙ୍କ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସ୍କୁଲ ଓ ଉଭୟ ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe