ଡାବୁଗାଁରେ ଛତିଶଗଡ଼ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟ୍‌

Advertisment

ଚାଟିଗୁଡା-ବିଜାପୁର ରାସ୍ତାରେ ଗୁରୁବାର ରାତ୍ର ଏକ ବଡ଼ଧରଣର ଡକାୟତି ହୋଇଛି। ଛତିଶଗଡ଼ର ରାୟପୁରର ଜଣେ ବ୍ୟବସାୟୀଙ୍କୁ କାର ଅଟକାଇ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ବେପାରୀଙ୍କୁ ବନ୍ଧୁକ ଓ ଠେଙ୍ଗା ଦେଖାଇ କାର ମଧ୍ୟରେ ଥିବା ଏକ ବ୍ୟାଗ୍‌ରୁ ୬ ଲକ୍ଷ ଲୁଟ କରିଛନ୍ତି।

ଚାଟିଗୁଡା-ବିଜାପୁର ରାସ୍ତାରେ ଗୁରୁବାର ରାତ୍ର ଏକ ବଡ଼ଧରଣର ଡକାୟତି ହୋଇଛି। ଛତିଶଗଡ଼ର ରାୟପୁରର ଜଣେ ବ୍ୟବସାୟୀଙ୍କୁ କାର ଅଟକାଇ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ବେପାରୀଙ୍କୁ ବନ୍ଧୁକ ଓ ଠେଙ୍ଗା ଦେଖାଇ କାର ମଧ୍ୟରେ ଥିବା ଏକ ବ୍ୟାଗ୍‌ରୁ ୬ ଲକ୍ଷ ଲୁଟ କରିଛନ୍ତି।

dabugaon

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡା-ବିଜାପୁର ରାସ୍ତାରେ ଗୁରୁବାର ରାତ୍ର ଏକ ବଡ଼ଧରଣର ଡକାୟତି ହୋଇଛି। ଛତିଶଗଡ଼ର ରାୟପୁରର ଜଣେ ବ୍ୟବସାୟୀଙ୍କୁ କାର ଅଟକାଇ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ବେପାରୀଙ୍କୁ ବନ୍ଧୁକ ଓ ଠେଙ୍ଗା ଦେଖାଇ କାର ମଧ୍ୟରେ ଥିବା ଏକ ବ୍ୟାଗ୍‌ରୁ ୬ ଲକ୍ଷ ଲୁଟ କରିଛନ୍ତି। ଲୁଟ ପରେ ଦୃର୍ବୁତ୍ତମାନେ ଉମରକୋଟ ଅଭିମୁଖେ ଫେରାର ହୋଇଯାଇଛନ୍ତି। ଏ ନେଇ ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ରୋହିତ ମଖିଜା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁଯାୟୀ ଗୁରୁବାର ଦିନ ରାୟପୁର କବିତାନଗରର ଜଣେ ଫ୍ୟାନ୍ସି ବ୍ୟବସାୟୀ ରୋହିତ ମଖିଜା ଛତିଶଗଡ଼ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସହ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ୟବସାୟୀଙ୍କ ନିକଟରୁ ଦେଇଥିବା ମାଲର ଅର୍ଥ ଆଦାୟ କରି ଗୁରୁବାର ରାତ୍ର ୮ ଘଣ୍ଟ ୩୦ ମିନିଟ ସମୟରେ ଉମରକୋଟରୁ ନବରଙ୍ଗପୁର ଯିବା ରାସ୍ତା ଚାଟିଗୁଡ଼ା-ବିଜାପୁର ମଧ୍ୟରେ ଥିବା ଏକ ପୋଲ ନିକଟରେ ଦୁଇଟି ବାଇକ୍‌ରେ ୬ ଜଣ ଅଜଣା ଦୃର୍ବୁତ୍ତ ଆସି କାରକୁ ଅଟକାଇଥିଲେ। ହାତରେ ବନ୍ଧୁକ ସହ ଲାଠି ଦେଖାଇ ରୋହିତଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ। ଅଳ୍ପ ସମୟ ମଧ୍ୟରେ ୬ ଜଣ ଦୁର୍ବୃତ୍ତ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ସେହି ସ୍ଥାନରୁ ଉମରକୋଟ ଅଭିମୁଖେ ଚଂପଟ ମାରିଥିଲେ।

ବ୍ୟାଗ୍ ମଧ୍ୟରେ ୬ ଲକ୍ଷ ଟଙ୍କା ସହ ଏକ ମୋବାଇଲ ଓ ଜରୁରୀ କାଗଜ ପତ୍ର ରହିଥିଲା। ଲୁଟ୍‌ର ଶିକାର ହେବା ପରେ ରାୟପୁରର ବ୍ୟବସାୟୀ ରୋହିତ ମାଖିଜା ଗୁରୁବାର ରାତ୍ର ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ତଦନ୍ତକାରୀ ଥାନା ଅଧିକାରୀ ସୁନିଲ ପ୍ରଧାନ କେସ ନ ୧୯୨/୨୪ରେ ଏକ ମାମଲା ରୁଜୁ କରିବା ସହ ଆଜି ଲୁଟ ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଥାଉ କି ଦୁଇମାସ ତଳେ ଡାବୁଗାଁ ଥାନା ଅଞ୍ଚଳ ବିଜାପୁର ମୁଖ୍ୟ ରାସ୍ତାରେ ସନ୍ଧ୍ୟା ୬ ଘଣ୍ଟ ସମୟରେ ଦୁଇଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ରାୟପୁର ଅଞ୍ଚଳର ଜଣେ ବ୍ୟବସାୟୀ ନବରଙ୍ଗପୁର ଯାଉଥିବା ସମୟରେ କାର ଅଟକାଇ ସମାନ ଢଙ୍ଗରେ ମୁଣ୍ଡରେ ବନ୍ଧୁକ ରଖି ବ୍ୟବସାୟୀଙ୍କ ଆଦାୟ ଅର୍ଥ ୧୧ ହଜାର ଟଙ୍କା ସହ ଜରୁରୀ କାଗଜ ପତ୍ର ଲୁଟ କରି ଚାଲି ଯାଇଥିଲେ। ଦୁଇମାସ ମଧ୍ୟରେ ଡାବୁଗାଁ ଥାନା ଅଞ୍ଚଳ ବିଜାପୁର-ଚାଟିଗୁଡା ମଧ୍ୟରେ ରାୟପୁରର ଦୁଇ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟ କରିଥିବାରୁ ବ୍ୟବସାୟୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୁଲିସ ପକ୍ଷରୁ ଆତଙ୍କ ଖେଳାଉ ଥିବା ଦୃର୍ବୁତ୍ତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe