ଓଡ଼ିଆ ସାମ୍ବାଦିକଙ୍କ ବୁମ୍‌, ମୋବାଇଲ୍‌ ଛଡ଼ାଇ ନେଲା ଛତିଶଗଡ଼ ପୁଲିସ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ପୂର୍ଣଚନ୍ଦ୍ର ଟାକ୍ରୀଙ୍କୁ ଛତିଶଗଡ଼ ରାଜ୍ୟ ଆମଲିପଦର ପୁଲିସ ମାଡ଼ ମାରିବା ସହ ଗୁଳିର ଧମକ ଦେଇ ତାଙ୍କ ଠାରୁ ବୁମ୍‌ ଏବଂ ଦୁଇଟି ମୋବାଇଲ ଫୋନ୍‌ ଛଡ଼ାଇ ନେଇଥବା ଅଭିଯୋଗ ହୋଇଛି।

police

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ପୂର୍ଣଚନ୍ଦ୍ର ଟାକ୍ରୀଙ୍କୁ ଛତିଶଗଡ଼ ରାଜ୍ୟ ଆମଲିପଦର ପୁଲିସ ମାଡ଼ ମାରିବା ସହ ଗୁଳିର ଧମକ ଦେଇ ତାଙ୍କ ଠାରୁ ବୁମ୍‌ ଏବଂ ଦୁଇଟି ମୋବାଇଲ ଫୋନ୍‌ ଛଡ଼ାଇ ନେବା ସହ ତାଙ୍କର ସାଙ୍ଗରେ ଯାଇଥିବା ସୁରଜ ବଗର୍ତ୍ତୀକୁ ତାଙ୍କ ସହ ଅମଲିପଦର ଥାନାକୁ ଉଠାଇ ନେଇ ଥିବା ନେଇ ସାମ୍ବାଦିକ ଚନ୍ଦାହାଣ୍ଡି ଥାନାରେ ଛତିଶଗଡ଼ ପୁଲିସ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତିl  

ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲ୍ଲାହର୍ଷଙ୍କ ନିର୍ଦେଶ କ୍ରମେ  ଏସଆଇ ଖଗେଶ୍ୱର ଖୋସଲା ଘଟଣାସ୍ଥଳକୁ ଯାଇ ସବିଶେଷ ତଦନ୍ତ କରିଛନ୍ତି l ଘଟଣା ସମ୍ପର୍କ ରେ ନବରଙ୍ଗପୁର ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଅବଗତ କଲାପରେ ଗରିୟାବନ୍ଧ ଏସ୍‌ପିଙ୍କୁ ଜଣାଇବାରୁ ବୁମ୍‌ ଏବଂ ମୋବାଇଲ ଫେରାଇବାକୁ ନିର୍ଦେଶ ଦେଇଥିବା ନେଇ ଥାନା ସୂତ୍ରରୁ ଜଣାପଡିଛିl    

ସୂଚନା ମୁତାବିକ ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତ କୋଇଲିମୁଣ୍ଡା ଠାରେ ଥିବା ଏକ ଢ଼ାବାକୁ ଆଜି ମଧ୍ୟାହ୍ନ ସମୟରେ ଛତିଶଗଡ଼ର ଅମଲିପଦର ଥାନାର ୭ ଜଣ  ପୁଲିସ ଢ଼ାବାକୁ ଆସି ଢ଼ାବା ମାଲିକଙ୍କୁ ଧମକ ଚମକ ଦେବା ଖବର ପାଇ ସାମ୍ବାଦିକ ପୂର୍ଣଚନ୍ଦ୍ର ଟାକ୍ରୀ ଖବର ସଂଗ୍ରହ ପାଇଁ ସୁରଜ ବଗର୍ତ୍ତୀ ନାମକ ଜଣେ ଯୁବକ ସହ ସେଠାକୁ ଯାଇ ନିଜ ମୋବାଇଲରେ ଫୋଟୋ ଉତ୍ତୋଳନ କରୁ ଥିବା ବେଳେ  ଛତିଶଗଡ଼ ପୁଲିସ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରି ଥିବା ନେଇ ଅଭିଯୋଗ କରିଛନ୍ତି। ଏହା ସହ ତାଙ୍କ ଠାରୁ ବୁମ୍‌, ୨ଟି ମୋବାଇଲ ଫୋନ୍‌, ଛଡ଼ାଇ ସାଙ୍ଗରେ ଯାଇଥିବା ସୁରଜ ବଗର୍ତ୍ତୀଙ୍କୁ ଗାଡ଼ିରେ ବସାଇ ଅମଲିପଦର ଥାନାକୁ ନେଇ ଥିଲେl ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଛତିଶଗଡ଼ ପୁଲିସର ଏପରି କାର୍ଯ୍ୟକୁ ନା ପସନ୍ଦ କରିବା କରାଯାଇଛିl ଘଟଣାକୁ ଜିଲ୍ଲା ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ସଂଘର ଅଧକ୍ଷ ପ୍ରଶାନ୍ତ କୁମାର ସାହୁ ଦୃଢ଼ ନିନ୍ଦା କରିବା ସହ  ଛତିଶଗଡ଼ ପୁଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତିl

ପ୍ରକାଶ ଥାଉକି ଛତିଶଗଡ଼ ପୁଲିସ କାହା ଅନୁମତି ନେଇ ଓଡ଼ିଶାର ଢ଼ାବାରେ ଖାନ ତାଲାସ କଲେ। ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଏତଲା ପଞ୍ଜୀକରଣ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe