ପରିବାର ଲୋକଙ୍କ ଅଭିଯୋଗ: ହସ୍ତାନ୍ତର କରାଯାଉନି ‘ବାସବରାଜୁ’ର ମୃତଦେହ

ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ରେ ଗତ ୨୧ ତାରିଖ ଦିନ ବଡ଼ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା। ଏବେ ପୁଲିସ ପରିବାର ଲୋକଙ୍କୁ ବାସବରାଜୁର ମୃତଦେହ ଦେଉ ନଥବା ଅଭିଯୋଗ ହେଉଛି।

Mao leader Basabraju

Mao leader Basabraju Photograph: (sambad.in )

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ରେ ଗତ ୨୧ ତାରିଖ ଦିନ ବଡ଼ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା। ତେବେ ତାପର ଦିନ ହିଁ ପରିବାର ଲୋକେ ଶବ ନେବାକୁ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେତେବେଳେ ପୁଲିସ ଅଧିକାରୀମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ବାସବରାଜୁଙ୍କ ପରିବାର ଲୋକଙ୍କୁ କାଗଜ ପତ୍ର ଠିକ କରିବା ପରେ ଶବ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।

ତେବେ ଛତିଶଗଡ ପୁଲିସ କିନ୍ତୁ ମାଓନେତା ବାସବରାଜୁର ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ବାସବରାଜୁର ଭାଇ ଅଭିଯୋଗ କରିଛନ୍ତି। ଏନେଇ ବାଧ୍ୟ ହୋଇ ବାସବରାଜୁଙ୍କ ମା‘ ସୀତାମା ଆନ୍ଧ୍ରପ୍ରଦେଶର ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି। ତେବେ ହାଇକୋର୍ଟ ସୀତାମ୍ମା ଏନେଇ କୌଣସି ଦଲିଲ ପ୍ରଦାନ କରିପାରିନଥିଲେ। କିଛି ଛତିଶଗଡ଼ ପୁଲିସ ମୃତଦେହ ଦେଉନଥିବା ନେଇ କୌଣସି ପ୍ରମାଣ ଦେଇପାରିନଥିବା ହାଇକୋର୍ଟ ତାଂକୁ ପୁଣି ଛତିଶଗଡ ଯାଇ ଶବ ଦେବାକୁ ଅନୁରୋଧ କରିବାକୁ ନିର୍ଦେଶ ଦେଇଥିଲେ।

ମାଓନେତା ବାସବରାଜୁର ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ବାସବରାଜୁର ଭାଇ ଅଭିଯୋଗ କରିଛନ୍ତି। ଏନେଇ ବାଧ୍ୟ ହୋଇ ବାସବରାଜୁଙ୍କ ମା‘ ସୀତାମା ଆନ୍ଧ୍ରପ୍ରଦେଶର ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି।

ତେବେ ସେ ପୁଣି କହିଥିଲେ ଯେ ଯଦି ଶବ ଆଣୁଛନ୍ତି ତେବେ କୌଣସି ଶୋଭାଯାତ୍ରା କିମ୍ବା ଲ ଏଣ୍ଡ ଅଡର ଭଳି ପରିସ୍ଥିତି ସୃଷ୍ଟି ନକରିବା ପାଇଁ। ଛତିଶଗଡ଼ ପୁଲିସ ମଧ୍ୟ ମୃତଦେହ ଦେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। କାରଣ ପରିବାର ଲୋକେ ଶବକୁ ନେବା ପରେ ଏକ ବଡ଼ ଶୋଭାଯାତ୍ରା ହେବା ସହ ଲୋକଙ୍କୁ ପୁଣି ମାଓବାଦୀଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି। ଇତି ମଧ୍ୟରେ ୫ ଦିନ ବିତିଯାଇଥିବା ବେଳେ ବାସବରାଜୁର ଭାଇ ଏବେ ମଧ୍ୟ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ନିଜର ସଂପର୍କୀୟ ଏବଂ ସମାଜସେବୀକୁ ନେଇ ସ୍ଲୋଗାନ ମାଧ୍ୟମରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଛତିଶଗଡ ହାଇକୋର୍ଟ ଏନେଇ କି ରାୟ ଦେଉଛନ୍ତି ଦେଖିବାକୁ ବାକି ରହିଲା।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe