ଦୁର୍ଗମ ରାସ୍ତାରେ ଯାତ୍ରା: ଗନ୍ଧମାର୍ଦ୍ଦନରେ ଫସିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ

Advertisment

ବରଗଡ଼ ଜିଲ୍ଲାର ନୃସିଂହନାଥରୁ ବଲାଙ୍ଗୀରର ହରିଶଂକର ପର୍ଯ୍ୟନ୍ତ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତମାଳାର ଏକ ପାହାଡ଼ ଶିଖରରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍‌ବମ୍‌ ଶ୍ରଦ୍ଧାଳୁ।

ବରଗଡ଼ ଜିଲ୍ଲାର ନୃସିଂହନାଥରୁ ବଲାଙ୍ଗୀରର ହରିଶଂକର ପର୍ଯ୍ୟନ୍ତ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତମାଳାର ଏକ ପାହାଡ଼ ଶିଖରରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍‌ବମ୍‌ ଶ୍ରଦ୍ଧାଳୁ।

ganda

ବରଗଡ଼/ବଲାଙ୍ଗୀର: ବରଗଡ଼ ଜିଲ୍ଲାର ନୃସିଂହନାଥରୁ ବଲାଙ୍ଗୀରର ହରିଶଂକର ପର୍ଯ୍ୟନ୍ତ ବ୍ୟାପିଥିବା ଗଂଧମାର୍ଦ୍ଦନ ପର୍ବତମାଳାର ଏକ ପାହାଡ଼ ଶିଖରରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍‌ବମ୍‌ ଶ୍ରଦ୍ଧାଳୁ। ପର୍ବତ ଉପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରାତି ଅନ୍ଧାର ସାଂଗକୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ସେମାନେ ବାଟବଣା ଯାଇଛନ୍ତି।ତେବେ ସେମାନେ ରାସ୍ତା ଭୁଲିଯାଇ ଗନ୍ଧମାର୍ଦ୍ଦନ ପର୍ବତ ମାଳାର ହିଲ୍‌ଟପ୍‌ରେ ଥିବା ମୋବାଇଲ ଲୋକେସନ ଟ୍ରାକ୍‌ରୁ ଜଣାପଡ଼ିଛି।

ଏନେଇ ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବର କହିଛନ୍ତି, ଜଙ୍ଗଲରେ ବାଟବଣା ହୋଇଥିବାନେଇ ଟୋଲ୍‌ ଫ୍ରି ନମ୍ବରକୁ ଛତିଶଗଡର ଜଣେ ଶ୍ରଦ୍ଧାଳୁ ଫୋନ୍‌ କରି ଜଣାଇଥିଲେ। ବର୍ଷା ଓ ଅନ୍ଧାର କାରଣରୁ ରାସ୍ତାଭୁଲି ଅନ୍ୟ ଦିଗରେ ଚାଲିଯାଇଥିବା ସେ ସୂଚନା ଦେଇଛନ୍ତି। ନୃସିଂହନାଥ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି, ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରିବାକୁ ପୁଲିସ ଟିମ, ଅଗ୍ନିଶମ ବାହିନୀ, ଜଙ୍ଗଲ ବିଭାଗ ଓ ମନ୍ଦିରର ସୁରକ୍ଷାକର୍ମୀ ପର୍ବତକୁ ଯାଇଛନ୍ତି। ପୁଲିସ୍‌ ଲୋକେସନ ଟ୍ରାକ କରିବାପରେ ମିଳିମିଶି ସବୁ ଟିମ୍‌ ଯାଇଛନ୍ତି। ଯାହା ଜଣାପଡିଛି, ସେମାନେ ହିଲଟପ୍‌ରେ ତଥା ପଠାରରେ ରହିଛନ୍ତି ବୋଲି ସେ କହିଛନ୍ତି।

ନୃସିଂହନାଥରୁ ହରିଶଂକରକୁ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତା ରହିଛି। ଘଞ୍ଚ ଜଙ୍ଗଲ ଭିତରେ ବହୁ ପାହାଡ଼ି ଝରଣା ଅତିକ୍ରମ କରି ୭ଟି ପାହାଡ଼ ଡେଇଁ ଏହି କଷ୍ଟପ୍ରଦ ଯାତ୍ରା କରିବାକୁ ହୁଏ। ତଥାପି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ବିପଜ୍ଜନକ ଯାତ୍ରା କରିଥାଆନ୍ତି।

ସୂଚନାଯୋଗ୍ୟ ଯେ, ନୃସିଂହନାଥରୁ ହରିଶଂକରକୁ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତା ରହିଛି। ଘଞ୍ଚ ଜଙ୍ଗଲ ଭିତରେ ବହୁ ପାହାଡ଼ି ଝରଣା ଅତିକ୍ରମ କରି ୭ଟି ପାହାଡ଼ ଡେଇଁ ଏହି କଷ୍ଟପ୍ରଦ ଯାତ୍ରା କରିବାକୁ ହୁଏ। ତଥାପି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ବିପଜ୍ଜନକ ଯାତ୍ରା କରିଥାଆନ୍ତି। ଶ୍ରାବଣ ମାସ ହୋଇଥିବାରୁ ବହୁସଂଖ୍ୟାରେ ବୋଲ୍‌ବମ୍‌ ଭକ୍ତ ଜଙ୍ଗଲ ଭିତର ଦେଇ ଗୋଟିଏ ତୀର୍ଥସ୍ଥଳରୁ ଅନ୍ୟଟିକୁ ଯାଉଥିବାବେଳେ ୧୦ ଜଣରୁ ଅଧିକ ବାଟହୁଡ଼ି ହିଲଟପକୁ ଚାଲିଯାଇଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ଲାଗିପଡ଼ିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବାକୁ ପ୍ରୟାସ ଜାରିରହିଛି ବୋଲି ପୁଲିସ ପ୍ରଶାସନ ପକ୍ଷରୁ କହାଯାଇଛି। ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe