ମୟୂରଭଞ୍ଜରେ ପ୍ରତିଷ୍ଠା ହେବ ‘ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ମୟୂରଭଞ୍ଜ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଅଦ୍ୟତନ ହୋଇଛି
Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ମୟୂରଭଞ୍ଜ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଂରେଜ ଶାସନ କାଳରେ ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ପାଇଁ ମୟୂରଭଞ୍ଜ ରାଜ ପରିବାରର ଅବଦାନ, ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା କଟକ ବଡ଼ ମେଡ଼ିକାଲ ଓଡ଼ିଶାର ବରପୁତ୍ର ମୟୂରଭଞ୍ଜର ସୁନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅନନ୍ୟ ଅବଦାନ ବୋଲି କହିଛନ୍ତି। 

ଇଂରେଜ ଶାସନ କାଳରେ ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ପାଇଁ ମୟୂରଭଞ୍ଜ ରାଜ ପରିବାରର ଅବଦାନ, ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା କଟକ ବଡ଼ ମେଡ଼ିକାଲ ଓଡ଼ିଶାର ବରପୁତ୍ର ମୟୂରଭଞ୍ଜର ସୁନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅନନ୍ୟ ଅବଦାନ ବୋଲି କହିଛନ୍ତି। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

publive-image

ଏହାସହ ମୟୂରଭଞ୍ଜରେ ଛଉ ନୃତ୍ୟର ଲୋକପ୍ରିୟତା ଓ ଜିଲ୍ଲାବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଜିଲ୍ଲାର ପ୍ରସିଦ୍ଧି ରହିଥିବାରୁ ଗୁଜରାଟର ସାବରମତୀ ରିଭର ଫ୍ରଣ୍ଟ ପରି ବାରିପଦାରେ ୬୦ କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି। ଏହା ତିନି ପ୍ରକାରର। ଏହି ନାଚରେ ଖଣ୍ଡା ଓଢାଲ ବ୍ୟବହୃତ ହୋଇଥାଏ। ‘ମୟୂରଭଞ୍ଜ ଛଉ’ ମୟୂରଭଞ୍ଜରୁ ଜନ୍ମଲାଭ କରିଛି। ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ରର ବାଦନକରି ନାଚମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ। ‘ଷଢ଼େଇକଳା ଛଉ’ ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ଷଢ଼େଇକଳାରେ ଦେଖିବାକୁ ମିଳେ। ସେହିପରି ପୁରୁଲିଆ ‘ଛଉ’ ପଶ୍ଚିମବଙ୍ଗର ପୁରୁଲିଆଠାରେ ଦେଖିବାକୁ ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe