ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ ଘଟଣାରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପତ୍ର ଲେଖିଛନ୍ତି।

bh

ପୁରୀ: ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ ଘଟଣାରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପତ୍ର ଲେଖିଛନ୍ତି। ଏଥିରେ ସେ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ତଥା ଆଧ୍ୟାତ୍ମିକତା ବଜାୟ ରଖିବା ପ୍ରତ୍ୟେକ ଭକ୍ତ ଏବଂ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି କହିଛନ୍ତି। ତେଣୁ ଶ୍ରୀମନ୍ଦିର ସମ୍ପର୍କିତ ଚିତ୍ର ପ୍ରକାଶନ ସମୟରେ ଅଧିକ ସତର୍କ ହେବାକୁ ମୁଖ୍ୟ ପ୍ରଶାସକ ଏଏସ୍‌ଆଇକୁ ପରାମର୍ଶ ଦେଇଛନ୍ତି l 

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତର ବେଢାର ଚିତ୍ର ସୋସିଆଲ ମିଡିଆରେ ପ୍ରକାଶନ କରାଯାଇଥିବା ନଜରକୁ ଆସିଥିଲାl ସଙ୍ଗେସଙ୍ଗେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଏଏସଆଇ ମହାନିର୍ଦେଶକଙ୍କ ଦୃଷ୍ଟିକୁ ଆଣିଥିଲେ ଏବଂ ଏଏସ୍‌ଆଇ ପକ୍ଷରୁ ସମ୍ପୃକ୍ତ ଚିତ୍ର ଡିଲିଟ ମଧ୍ଯ କରାଯାଇଥିଲାl ଏହା ଭିତରେ କିନ୍ତୁ ଚିତ୍ର ଗୁଡ଼ିକ ସେୟାର୍ ହେବା ସହ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ନିଜ ଚିଠିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତିl 

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କ୍ଷେତ୍ରରେ ଏଏସ୍‌ଆଇ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତିl ତେବେ ଏନେଇ ସୂଚନା ଦେବାକୁ ଯାଇ ଶ୍ରୀମନ୍ଦିର ଭିତର ବେଢା ସହ ଶ୍ରୀମନ୍ଦିର ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ କରିବା ଭକ୍ତଙ୍କ ଧର୍ମୀୟ ଭାବନାକୁ ପ୍ରଭାବିତ କରିଛିl

-ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ

ଏଏସ୍‌ଆଇ ମହାନିର୍ଦେଶକଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କ୍ଷେତ୍ରରେ ଏଏସ୍‌ଆଇ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତିl ତେବେ ଏନେଇ ସୂଚନା ଦେବାକୁ ଯାଇ ଶ୍ରୀମନ୍ଦିର ଭିତର ବେଢା ସହ ଶ୍ରୀମନ୍ଦିର ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ କରିବା ଭକ୍ତଙ୍କ ଧର୍ମୀୟ ଭାବନାକୁ ପ୍ରଭାବିତ କରିଛିl ତେଣୁ ଏ ବିଷୟରେ ଯଥେଷ୍ଟ ସତର୍କ ହେବା ସହ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ଲେଖିଛନ୍ତିl

puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe