ବୈପାରିଗୁଡାରେ ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋ‌ଷଣା

କୋରାପୁଟ ଜିଲ୍ଲା ବୈପାରିଗୁଡା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକମାନଙ୍କ ନିକଟ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ।

CM Mohan Charan Majhi

CM Mohan Charan Majhi Photograph: (ANI News)

ଭୁବନେଶ୍ବର/ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକମାନଙ୍କ ନିକଟ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ। ଏଣେ ଆହତମାନଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେ ମୃତକମାନଙ୍କ ପରିବାରକୁ ସମବେଦନା ବି ଜଣାଇଛନ୍ତି।  
 ଜଚୁ

ଅଧୁରା ରହିଗଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ। ଏକ ପର୍ଯ୍ୟଟନ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋରାପୁଟ ଜିଲ୍ଲା ବୈପାରିଗୁଡାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରଠାରେ।

ଗତକାଲି ରାତିରେ କଟକ ଜିଲ୍ଲା ନିଆଳିରୁ ଏକ ସ୍ଲିପର୍ ବସ୍ ବାହାରିଥିଲା। ଆଜି ଭୋର ସମୟରେ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ବାହାରିଥିଲ। ସାଢ଼େ ୫ଟା ବେଳେ ଭାରସାମ୍ୟ ହରାଇ ଗୁପ୍ତେଶ୍ୱର ନିକଟସ୍ଥ ସୁକନାଳ ଘାଟିରେ ଓଲଟି ପଡ଼ିଥିଲା। ବସରେ ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ରହିଥିଲେ। ଦୁର୍ଘଟଣାରେ ୩୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ବସ୍ ତଳେ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି। 
ଘଟଣା ଅନୁଯାୟୀ ଗତକାଲି ରାତିରେ କଟକ ଜିଲ୍ଲା ନିଆଳିରୁ ଏକ ସ୍ଲିପର୍ ବସ୍ ବାହାରିଥିଲା। ଆଜି ଭୋର ସମୟରେ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ବାହାରିଥିଲ। ସାଢ଼େ ୫ଟା ବେଳେ ଭାରସାମ୍ୟ ହରାଇ ଗୁପ୍ତେଶ୍ୱର ନିକଟସ୍ଥ ସୁକନାଳ ଘାଟିରେ ଓଲଟି ପଡ଼ିଥିଲା। ବସରେ ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ରହିଥିଲେ। ଦୁର୍ଘଟଣାରେ ୩୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ବସ୍ ତଳେ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି। 
ଗୋଟିଏ ୧୨ ବର୍ଷର ନାବାଳକର ମୃତଦେହ ବସ୍ ଭିତରୁ ବାହାର କରାଯାଇଥିବା ଆଉ ତିନି ଜଣଙ୍କୁ ବୈପାରିଗୁଡା ଅଗ୍ନିଶମ ବାହିନୀଙ୍କ ଦ୍ଵାରା ବାହାର କରିବାକୁ ଉଦ୍ୟମ କରୁଛି। ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ, ବିଏସଏଫ ଯବାନଙ୍କ ସହ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଗୋଟିଏ ୧୦ ବର୍ଷର ନାବାଳକର ଡାହାଣ ଗୋଡ଼ ଏବଂ ହାତ ସଂପୂର୍ଣ୍ଣ କଟି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe