ନୂଆଖାଇରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ସିଏମ୍ କିଷାନ୍ ଯୋଜନାର କରିବେ ଶୁଭାରମ୍ଭ, ନୂଆଁଖାଇ ଭେଟଘାଟରେ ଯୋଗ ଦେବେ

ନୂଆଖାଇ ଅବସରରେ ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏହାଛଡ଼ା ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ମା ସମଲେଇଙ୍କ ଦର୍ଶନ ବି କରିବେ ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
er3e

ସମ୍ବଲପୁର: ନୂଆଖାଇ ଅବସରରେ ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜମାଦାରପାଲୀ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। 
ବେଶ୍ କିଛି ବର୍ଷର ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ ନୂଆଖାଇ ଅବସରରେ ସମ୍ବଲପୁରରେ ପହଞ୍ଚିଥିବା ହେତୁ ପଶ୍ଚିମ ଓଡ଼ିଶାବାସୀ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି। ଏହାଛଡ଼ା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସେଠାରେ ପହଞ୍ଚିଛନ୍ତି। 
 ଆଜି ଅପରାହ୍ଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଙ୍ଗାଧର ମେହେର କଲେଜର ଅଡିଟୋରିଅମରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଏହାଛଡ଼ା ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ମା ସମଲେଇଙ୍କ ଦର୍ଶନ ବି କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe