ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୬ଜଣ ମନ୍ତ୍ରୀ ବି ଉପସ୍ଥିତ ଅଛନ୍ତି।

dvdvdv

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୬ଜଣ ମନ୍ତ୍ରୀ ବି ଉପସ୍ଥିତ ଅଛନ୍ତି। ଏହି ନୂତନ ଅଭିଯୋଗ ପ୍ରକୋଷ୍ଠରେ ଏକା ସଙ୍ଗେ ଏକ ହଜାର ଲୋକ ଏକତ୍ରିତ ହେବା ଭଳି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବସିବା, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଦିବ୍ୟାଙ୍ଗମାନଙ୍କ କଥା ଶୁଣିଛନ୍ତି। ତେବେ ହଜାରରୁ ଅଧିକ ଲୋକ ପଞ୍ଜିକରଣ କରିଛନ୍ତି। ଆଜି ଦଶମ ଥର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୬ଜଣ ମନ୍ତ୍ରୀ ବି ଉପସ୍ଥିତ ଅଛନ୍ତି। ଏହି ନୂତନ ଅଭିଯୋଗ ପ୍ରକୋଷ୍ଠରେ ଏକା ସଙ୍ଗେ ଏକ ହଜାର ଲୋକ ଏକତ୍ରିତ ହେବା ଭଳି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବସିବା, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଦିବ୍ୟାଙ୍ଗମାନଙ୍କ କଥା ଶୁଣିଛନ୍ତି। 

ଉଲ୍ଲେଖଯୋଗ୍ୟ, ଦୀର୍ଘ ୩୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଥିରୀକୃତ ହୋଇଥିବା କ୍ୱାଟର୍ସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁନଥିବାରୁ ଅଭିଯୋଗ ପ୍ରକୋଷ୍ଠକୁ ନେଇ କୌଣସି ସମସ୍ୟା ହୋଇନଥିଲା । ଏପରିକି ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହାର ନବୀକରଣ କରାଯାଇଥିଲା। 

cmo odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe