ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ୧ କୋଟି ୬୩ ହଜାର ମହିଳାଙ୍କୁ ପ୍ରଦାନ କରିବେ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା

ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ ୮) ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି କିସ୍ତି ଟଙ୍କା ପ୍ରଦାନ କରିବେ|

CM Mohan Charan Majhi | Suryabanshi Suraj

ବ୍ରହ୍ମପୁର: ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ ୮) ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି କିସ୍ତି ଟଙ୍କା ପ୍ରଦାନ କରିବେ| ଗୋଟିଏ ଦିନରେ ୫ ହଜାର କୋଟିରୁ ଅଧିକ ଟଙ୍କା ଓଡ଼ିଶାର ମହିଳାମାନଙ୍କୁ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ବିଭୂତିଭୂଷଣ ଜେନା, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗ ଦେଇଛନ୍ତି। ଆଜି କୋଟି ୬୩ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ| କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଉଲ୍ଲେଖ ଥାଉ କି ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କରେ ସମସ୍ୟା ଯୋଗୁଁ ଟଙ୍କା ଯାଇପାରିନଥିଲା | ବିଶେଷ କରି ଏନପିସିଆଇ ସମସ୍ୟା ଯୋଗୁଁ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନଥିବାବେଳେ ମାର୍ଚ୍ଚ ୮ରେ ଏମାନଙ୍କୁ ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ| ସେହିଭଳି ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ପାଇବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe