ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବୀନ ପଟ୍ଟନାୟକଙ୍କର ମିଳିଲାନି ଦେଖା

ନୂଆପଡ଼ା ମାଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି। ଖରିଆର ରୋଡ ଏଫ ସି ଆଇ ଗୋଦାମରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।

MO

ନୂଆପଡ଼ା: ନୂଆପଡ଼ା ମାଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି। ରାଜ୍ୟ ବିମାନରେ ଆସି ଗୌତମା ଏୟାର ଷ୍ଟ୍ରିପରେ ୧୨ଟା ୫୦ରେ ଆସି ପହଞ୍ଚିଛନ୍ତି। ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗସ୍ତରେ ଆସିଥିବା ବେଳେ ବର୍ତ୍ତମାନ ଗୌତମା  ଏୟାର ଷ୍ଟ୍ରିପରେ ୨୫ ମିନିଟ ବିଳମ୍ବରେ ପହଞ୍ଚିଛନ୍ତି।

Untitled

ଆଜି ଖରିଆର ରୋଡ ଏଫ ସି ଆଇ ଗୋଦାମରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଗସ୍ତ ଯଥେଷ୍ଟ ଗୁରୁତ୍ବ ରଖୁଛି। ସେ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଓ ଉତ୍ସାହ ବଢ଼ାଇବାରେ ସହାୟକ ହେବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ରାଜେନ୍ଦ୍ର ଥିଲେ ମୋର ଜଣେ ଭଲ ବନ୍ଧୁ।

ଏଣେ ଯେଉଁ ଦଳର ବିଧାୟକ ଥିଲେ ରାଜେନ୍ଦ୍ର ଢୋଲକିଆ, ସେହି ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ କିନ୍ତୁ ଶ୍ରଦ୍ଧାଞ୍ଜଳି ସଭାରେ ଦେଖିବାକୁ ମିଳିଲାନାହିଁ। ତେବେ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇଥିଲେ। ଏହା ଆଗାମୀ ଉପନିର୍ବାଚନରେ ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି। 

ଏଥିରେ କଳାହାଣ୍ଡିର ପୂର୍ବତନ ସାଂସଦ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ, ପୁଷ୍ପେନ୍ଦ୍ର ସିଂ,ବିଧାୟକ କଳିକେଶ ସିଂଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର  ମିଶ୍ର, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe