ସରସ୍ବତୀ ଶିଶୁ ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ସରକାର ଉଦ୍ୟମ କରିବେ: ମୁଖ୍ୟମନ୍ତ୍ରୀ

Advertisment

ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, ଗତିରାଉତପାଟଣା, କଟକଠାରେ ଅନୁଷ୍ଠିତ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ସମାବେଶ ବେଶ୍ ମୁଖରିତ ହୋଇଉଠିଥିଲା ।

ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, ଗତିରାଉତପାଟଣା, କଟକଠାରେ ଅନୁଷ୍ଠିତ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ସମାବେଶ ବେଶ୍ ମୁଖରିତ ହୋଇଉଠିଥିଲା ।

bn

କଟକ: ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, ଗତିରାଉତପାଟଣା, କଟକଠାରେ ଅନୁଷ୍ଠିତ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ସମାବେଶ ବେଶ୍ ମୁଖରିତ ହୋଇଉଠିଥିଲା । ପ୍ରଧାନ ଆଚାର୍ଯ୍ୟଙ୍କ ସହ ମିଶିବାର ଏକ ସୁଯୋଗ ପ୍ରାପ୍ତ ହୋଇ ଥବାରୁ ସେ ଆନନ୍ଦ ଅନୁଭବ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଝୁମ୍ପୁରାର ଆଚାର୍ଯ୍ୟ ଜୀବନର ସ୍ମୃତିଚାରଣ କରି ମଧୁର ଅନୁଭୂତିକୁ ବ୍ୟକ୍ତ କରିଥିଲେ। 'ଗୁରୁଜୀରୁ ଗୁରୁ ଦାୟିତ୍ବ' ନେବା ଓଡ଼ିଶାର ସେବା କରିବା ତଥା ଏକ ବିକଶିତ ଓଡ଼ିଶା ଗଠନ ପାଇଁ ସେ ଆଜି ସଙ୍କଳ୍ପବଦ୍ଧ ବୋଲି କହିଥିଲେ। ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଓଡ଼ିଶାରେ ଲାଗୁ ହୋଇ ଶିଶୁବାଟିକା କାର୍ଯ୍ୟକାରୀ ହେବା ସଫଳତାର ପ୍ରଥମ ଚରଣ । ମହାପ୍ରଭୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ନିଶ୍ଚୟ ଆଶିଷ ଦିଅନ୍ତୁ ବୋଲି ନିବେଦନ କରିଥିଲେ। ଶିଶୁ ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ନିଶ୍ଚୟ ସରକାରଙ୍କ ତରଫରୁ ନିଶ୍ଚୟ ଉଦ୍ୟମ ରହିବ ।  ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ଓଡ଼ିଶା କରିବାର ତାଙ୍କର ସ୍ବପ୍ନ ବୋଲି କହିଥିଲେ। ଆଜି  ସମାଜ ପାଇଁ ଭଲ ମଣିଷ ଲୋଡା,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭଳି ମଣିଷ ତିଆରି କାରଖାନାରେ ଭଲ ମଣିଷ ତିଆରି ହୁଅନ୍ତୁ ଏବଂ ସେମାନେ ରାଷ୍ଟ୍ର ବିକାଶରେ ସହାୟକ ହୁଅନ୍ତୁ ବୋଲି ଆଶା ବ୍ଯକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପାର ରାଜ୍ୟ ସଭାପତି  ମନମୋହନ ସାମଲ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଝୁମ୍ପୁରାର ଆଚାର୍ଯ୍ୟ ଜୀବନର ସ୍ମୃତିଚାରଣ କରି ମଧୁର ଅନୁଭୂତିକୁ ବ୍ୟକ୍ତ କରିଥିଲେ। 'ଗୁରୁଜୀରୁ ଗୁରୁ ଦାୟିତ୍ବ' ନେବା ଓଡ଼ିଶାର ସେବା କରିବା ତଥା ଏକ ବିକଶିତ ଓଡ଼ିଶା ଗଠନ ପାଇଁ ସେ ଆଜି ସଙ୍କଳ୍ପବଦ୍ଧ ବୋଲି କହିଥିଲେ। ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଓଡ଼ିଶାରେ ଲାଗୁ ହୋଇ ଶିଶୁବାଟିକା କାର୍ଯ୍ୟକାରୀ ହେବା ସଫଳତାର ପ୍ରଥମ ଚରଣ । ମହାପ୍ରଭୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ନିଶ୍ଚୟ ଆଶିଷ ଦିଅନ୍ତୁ ବୋଲି ନିବେଦନ କରିଥିଲେ। ଶିଶୁ ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ନିଶ୍ଚୟ ସରକାରଙ୍କ ତରଫରୁ ନିଶ୍ଚୟ ଉଦ୍ୟମ ରହିବ ।  ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ଓଡ଼ିଶା କରିବାର ତାଙ୍କର ସ୍ବପ୍ନ ବୋଲି କହିଥିଲେ। ଆଜି  ସମାଜ ପାଇଁ ଭଲ ମଣିଷ ଲୋଡା,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭଳି ମଣିଷ ତିଆରି କାରଖାନାରେ ଭଲ ମଣିଷ ତିଆରି ହୁଅନ୍ତୁ ଏବଂ ସେମାନେ ରାଷ୍ଟ୍ର ବିକାଶରେ ସହାୟକ ହୁଅନ୍ତୁ ବୋଲି ଆଶା ବ୍ଯକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପାର ରାଜ୍ୟ ସଭାପତି  ମନମୋହନ ସାମଲ ଉପସ୍ଥିତ ଥିଲେ।

bh

ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ସମ୍ପାଦକ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ କରିଥିବା ବେଳେ ବିଦ୍ୟା ଭାରତୀଙ୍କ ସଂଗଠନ ମନ୍ତ୍ରୀ  ଗୋବିନ୍ଦ ଚନ୍ଦ୍ର ମହାନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧ୍ୟକ୍ଷ ଡ.କିଶୋର ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବରିଷ୍ଠ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା  କୈଳାସ ଚନ୍ଦ୍ର ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe