ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ  ଏବଂ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜମିରେ ହଳ ବି କରିଥିଲେ।

CM Mohan Charan Majhi | Suryabanshi Suraj

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ  ଏବଂ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଜମିରେ ହଳଲଙ୍ଗଳ ଧରି ହଳ ବି କରିଥିଲେ।

 ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ସେ କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜିର ଅକ୍ଷିମୁଠି ଅନୁକୂଳ ଶୁଭ ହେଉ। ଚଳିତ ବର୍ଷ ଭଲ ଫସଲ ଅମଳରେ ଚାଷୀ ଭାଇ, ଭଉଣୀଙ୍କ ଅମାର ପରିପୂର୍ଣ୍ଣ ହେଉ। ଏହି ପବିତ୍ର ଅବସରରେ ରାଜ୍ୟର ସମୃଦ୍ଧି ସହ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି।

ଏଣେ ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ବ୍ରହ୍ମପୁର ଗୋଳନ୍ଥରାଠାରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ସେ ସେଠାରେ ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe