ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି: ମୁଖ୍ୟମନ୍ତ୍ରୀ

ଭାରତର ୭୯ ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ କିପରି ଆଗେଇଛି ଓ ସୁରକ୍ଷିତ ଅଛି, ସେନେଇ ସୂଚନା ଦେଇଛନ୍ତି। 

Untitled
ଭୁବନେଶ୍ବର: ଭାରତର ୭୯ ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ କିପରି ଆଗେଇଛି ଓ ସୁରକ୍ଷିତ ଅଛି, ସେନେଇ ସୂଚନା ଦେଇଛନ୍ତି। 
 ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ସହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜିର ଦିନ ସ୍ଵାଧୀନତା ସଂଗ୍ରାମ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ। ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ଵାଧୀନତା ବିଷୟରେ ସଚେତନ କରିବା  ସହିତ, ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ଚେତାଇ ଦେଇଥାଏ। ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଦେଶରେ, ବିଶେଷକରି ଜମ୍ମୁ ଓ କାଶ୍ମୀରରେ ଶାନ୍ତି ଫେରି ଆସୁଥିବା ବେଳେ, ପଡୋଶୀ ଦେଶ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି, ଭାରତରେ ଅଶାନ୍ତି ଏବଂ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରିଆସୁଛି। ଏହାର ସବୁଠାରୁ ବଡ ପ୍ରମାଣ ହେଲା, ଗତ ଏପ୍ରିଲ ୨୨ ତାରିଖର ପହଲଗାମ ହତ୍ୟାକାଣ୍ଡ। ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମ୍ୟତା ଏବଂ ଅଖଣ୍ଡତା ଉପରେ ଥିଲା ଆକ୍ରମଣ। 
ବୋଧହୁଏ ପଡ଼ୋଶୀ ଦେଶ, ଉରି ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ବାୟୁ ସେନାର ଆକ୍ରମଣରୁ କିଛି ଶିକ୍ଷାଲାଭ କରି ନ ଥିଲା। ତେଣୁ, ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ କରିଥିଲା। ଭାରତର ସେନା ବାହିନୀ ଶତ୍ରୁ ଦେଶର ୯ଟି ଆତଙ୍କବାଦୀଙ୍କ ଆଡ୍ଡା, ତଥା ୧୧ଟି ପାକିସ୍ତାନୀ ସାମରିକ ଘାଟିକୁ ନଷ୍ଟଭ୍ରଷ୍ଟ କରିଦେଇଥିଲେ। ମୁଁ ଅତ୍ୟନ୍ତ ଗର୍ବିତ ଯେ, ଦେଶର ସୁରକ୍ଷାର ଡୋର ଏପରି ଜଣେ ଜନନାୟକଙ୍କ ହାତରେ ଅଛି, ଯାହାଙ୍କ ପାଇଁ, ମା’ ଭାରତୀର ସୁରକ୍ଷା ହେଉଛି ସର୍ବୋପରି। ଦେଶର ମା’ ଏବଂ ଭଉଣୀଙ୍କ ଅସ୍ମିତାକୁ ଯିଏ ଆଖି ଦେଖାଇବ, ତାହାର କେବଳ ଗୋଟିଏ ମାତ୍ର ପରିଣତି, ଯାହା ୯ଟି ଆଡ୍ଡାରେ ଲୁଚିଥିବା ଆତଙ୍କବାଦୀଙ୍କର ହୋଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ମୁଁ ସମ୍ମାନ ଜଣାଇବା ସହିତ, ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରୁଛି, ସହୃଦୟ ସଲାମ କରୁଛି। 

ସାଧାରଣ ଜନତାଙ୍କ ଏହି ଭାବନାକୁ ଗତି ମିଳିଥିଲା ୨୦୧୪ ମସିହା ମଇ ମାସରେ, ଯେତେବେଳେ  ନରେନ୍ଦ୍ର ମୋଦୀଜୀ ଦେଶର ପ୍ରଧାନମନ୍ତ୍ରୀ ଭାବେ, ପ୍ରଥମ ପାଳିର ନେତୃତ୍ଵ ନେଇଥିଲେ। ଏଥିସହିତ ବିକାଶର ଏକ ନୂଆ ମଡେଲ ଆରମ୍ଭ ହୋଇଥିଲା, ଯାହାଥିଲା ‘ନାଗରିକ-କୈନ୍ଦ୍ରିକ’ ବିକାଶ। ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ହେବା ପରେ ମାତ୍ର ଅଢେଇ ମାସ ପରେ ମୋଦୀଜୀ, ଲାଲକିଲ୍ଲାର ପ୍ରାଚୀରରୁ ଅଭିଭାଷଣରେ ଡାକରା ଦେଇଥିଲେ – 

“ସ୍ଵଚ୍ଛ ଭାରତ”। ସ୍ଵଚ୍ଛତା ଓ ଶୌଚାଳୟ ପରି ଯେଉଁ ମୌଳିକ ସୁବିଧା ଦେଶବାସୀଙ୍କୁ ୬୬ ବର୍ଷରେ ବି ଦିଆ ଯାଇ ପାରି ନ ଥିଲା, ମାତ୍ର ଚାରି ବର୍ଷରେ, ଦେଶର ସମସ୍ତ ପରିବାରଙ୍କୁ ଶୌଚାଳୟ ପ୍ରଦାନ କରାଯାଇପାରିଥିଲା। ଏହା ହେଉଛି, ନାଗରିକ-କୈନ୍ଦ୍ରିକ ବିକାଶର ଏକ ପ୍ରକୃଷ୍ଟ ପ୍ରମାଣ। 

 ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି। ଆଜି ଆମ ଦେଶ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ବହୁତ ଶୀଘ୍ର ୫ ଟ୍ରିଲିଅନ ଡଲାର ସହିତ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଦୂରଦର୍ଶୀ ନୀତି, ସଂସ୍କାର ଏବଂ ଜନହିତରେ ନୀତି ପ୍ରଣୟନ ଯୋଗୁଁ ଏହା ସମ୍ଭବ ହୋଇଛି। ପୂର୍ବ ସରକାର ଅମଳରେ, ‘ପଲିସି ପାରାଲିସିସ’ କାରଣରୁ ଦେଶର ପ୍ରଗତିର ଚକ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅର୍ଥନୀତିରେ ଉନ୍ନତି ସହିତ, ଦେଶ ଆଜି ସ୍ୱତନ୍ତ୍ର ବିଦେଶ ନୀତି ଅବଲମ୍ବନ କରି ବିଶ୍ୱ ଭୂ-ରାଜନୈତିକ ପରିବେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଅପରେସନ ସିନ୍ଦୂର, ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ, ଏକ ନୂଆ ପରିଚୟ ସୃଷ୍ଟି କରିଛି।  ସବୁଠାରୁ ଆନନ୍ଦର ବିଷୟ ହେଉଛି, ଏହି ଅପରେସନରେ, ପ୍ରଥମ ଥର ପାଇଁ ଭାରତର ନିଜସ୍ଵ ଡିଫେନ୍ସ ଟେକ୍ନୋଲୋଜିର ପରାକାଷ୍ଠା ପ୍ରଦର୍ଶିତ ହୋଇଛି ।  ଯେଉଁ ଦୂରଦୃଷ୍ଟି ସହିତ ମୋଦୀଜୀ “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ସୁପରିଣାମ ଆଜି ଅପରେସନ ସିନ୍ଦୁର ରେ ଦେଖିବାକୁ ମିଳିଛି।  ଏହି କାର୍ଯ୍ୟକ୍ରମ ଆଜି ଭାରତର ଯୁବ ବର୍ଗଙ୍କ ପ୍ରତିଭା, ଶକ୍ତି ଓ ଆତ୍ମବିଶ୍ଵାସକୁ ଏକ ନୂଆ ସ୍ତରକୁ ନେଇ ପାରିଛି ।    
ସେ ଆହୁରି କହିଛନ୍ତି, ଇତି ମଧ୍ୟରେ, ଦେଶ ସ୍ଵାଧୀନ ହେବାର ୭୮ ବର୍ଷ ବିତି ଯାଇଛି। ଭାରତ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛି। ସ୍ଵାଧୀନତା ପରେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ନିଜ ନିଜ ସାମର୍ଥ୍ୟ, ଉପଲବ୍ଧ ସମ୍ବଳ, ସାଂପ୍ରତିକ ରାଜନୈତିକ ଓ ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଦେଶର ପ୍ରଗତି ପାଇଁ ନିଜ ନିଜ ଅବଦାନ ଦେଇଛନ୍ତି। କିନ୍ତୁ, ସାଧାରଣରେ ସମସ୍ତେ ଅନୁଭବ କରନ୍ତି ଯେ, ଭାରତ ନିଜ ସାମର୍ଥ୍ୟ ଅନୁସାରେ ଯେତେ ପ୍ରଗତି କରିବା କଥା, ବୋଧହୁଏ ସେତେ ପ୍ରଗତି କରିପାରିନାହିଁ। ଯଥେଷ୍ଟ ଅଧିକ ହୋଇ ପାରିଥାନ୍ତା। 
ସାଧାରଣ ଜନତାଙ୍କ ଏହି ଭାବନାକୁ ଗତି ମିଳିଥିଲା ୨୦୧୪ ମସିହା ମଇ ମାସରେ, ଯେତେବେଳେ  ମୋଦୀଜୀ ଦେଶର ପ୍ରଧାନମନ୍ତ୍ରୀ ଭାବେ, ପ୍ରଥମ ପାଳିର ନେତୃତ୍ଵ ନେଇଥିଲେ। ଏଥିସହିତ ବିକାଶର ଏକ ନୂଆ ମଡେଲ ଆରମ୍ଭ ହୋଇଥିଲା, ଯାହାଥିଲା ‘ନାଗରିକ-କୈନ୍ଦ୍ରିକ’ ବିକାଶ। ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ହେବା ପରେ ମାତ୍ର ଅଢେଇ ମାସ ପରେ ମୋଦୀଜୀ, ଲାଲକିଲ୍ଲାର ପ୍ରାଚୀରରୁ ଅଭିଭାଷଣରେ ଡାକରା ଦେଇଥିଲେ – 
“ସ୍ଵଚ୍ଛ ଭାରତ”। ସ୍ଵଚ୍ଛତା ଓ ଶୌଚାଳୟ ପରି ଯେଉଁ ମୌଳିକ ସୁବିଧା ଦେଶବାସୀଙ୍କୁ ୬୬ ବର୍ଷରେ ବି ଦିଆ ଯାଇ ପାରି ନ ଥିଲା, ମାତ୍ର ଚାରି ବର୍ଷରେ, ଦେଶର ସମସ୍ତ ପରିବାରଙ୍କୁ ଶୌଚାଳୟ ପ୍ରଦାନ କରାଯାଇପାରିଥିଲା। ଏହା ହେଉଛି, ନାଗରିକ-କୈନ୍ଦ୍ରିକ ବିକାଶର ଏକ ପ୍ରକୃଷ୍ଟ ପ୍ରମାଣ। 
ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି। ଆଜି ଆମ ଦେଶ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ବହୁତ ଶୀଘ୍ର ୫ ଟ୍ରିଲିଅନ ଡଲାର ସହିତ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଦୂରଦର୍ଶୀ ନୀତି, ସଂସ୍କାର ଏବଂ ଜନହିତରେ ନୀତି ପ୍ରଣୟନ ଯୋଗୁଁ ଏହା ସମ୍ଭବ ହୋଇଛି। ପୂର୍ବ ସରକାର ଅମଳରେ, ‘ପଲିସି ପାରାଲିସିସ’ କାରଣରୁ ଦେଶର ପ୍ରଗତିର ଚକ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅର୍ଥନୀତିରେ ଉନ୍ନତି ସହିତ, ଦେଶ ଆଜି ସ୍ୱତନ୍ତ୍ର ବିଦେଶ ନୀତି ଅବଲମ୍ବନ କରି ବିଶ୍ୱ ଭୂ-ରାଜନୈତିକ ପରିବେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ଆଜି ସମଗ୍ର ବିଶ୍ୱର ଅର୍ଥନୈତିକ ଓ ଭୂ-ରାଜନୈତିକ ପରିବେଶରେ ଏକ ଅସ୍ଥିରତା ଦେଖାଦେଇଛି। ଆଜି ଆଉ ସେ ଯୁଗ ନାହିଁ, ଭାରତ ଆଉ କାହା ଇସାରାରେ ପରିଚାଳିତ ହେବ, ଭାରତର ବିଦେଶ ନୀତି ଆଉ କାହାଦ୍ଵାରା ସ୍ଥିରିକୃତ ହେବ। ଯେତେ ଶକ୍ତିଶାଳୀ ଦେଶ ହେଲେ ମଧ୍ୟ,  ମୋଦୀଜୀ ସ୍ପଷ୍ଟଭାବେ କହିଛନ୍ତି, ରାଷ୍ଟ୍ରହିତ ସର୍ବୋପରି। ଦେଶର କୃଷକ, ମତ୍ସ୍ୟଜୀବୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ଵାର୍ଥରେ ସାମାନ୍ୟତମ ଆଞ୍ଚ୍ ଆଣିବାକୁ ଦେବେ ନାହିଁ। ଏଥିପାଇଁ  ପ୍ରଧାନମନ୍ତ୍ରୀ “ଭୋକାଲ ଫର ଲୋକାଲ” ଡାକରା ଦେଇଛନ୍ତି। ଦେଶରେ ଏକ ନୂଆ ସ୍ଵଦେଶୀ ଆନ୍ଦୋଳନର ଆବଶ୍ୟକତା ଦେଖା ଦେଇଛି। ତେଣୁ, ଏହି ଅଶ୍ଵମେଧ ଯଜ୍ଞରେ ଆମ ସମସ୍ତଙ୍କୁ ନିଜ ନିଜର ଯୋଗଦାନ କରିବାକୁ ପଡିବ। ଆସନ୍ତୁ, ଆମେ ସମସ୍ତେ ଭାରତରେ ପ୍ରସ୍ତୁତ ଉତ୍ପାଦିତ ସାମଗ୍ରୀକୁ ବ୍ୟବହାର କରିବା ପାଇଁ ଆଗେଇ ଆସିବା । 
୧୯୬୦ ଦଶକରେ ପ୍ରସିଦ୍ଧ ଗୀତିକାର ଶକିଲ ବଦାୟୁନି ଲେଖିଥିଲେ......  
ଅପନୀ ଆଜାଦୀ କୋ ହମ୍ 
ହରଗୀଜ୍ ମିଟା ସକତେ ନେହିଁ, 
ସର୍ କଟା ସକତେ ହେଁ, ଲେକିନ୍ 
ସର୍ ଝୁକା ସକତେ ନେହିଁ।    
ଦେଶହିତକୁ ସର୍ବାଗ୍ରେ ରଖିବା ପାଇଁ ମୋଦୀଜୀଙ୍କ ନିଷ୍ପତ୍ତି ଏହାର ଏକ ବଳିଷ୍ଠ ଉଦାହରଣ। 
 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ଚଉଦ ମାସ ହେବ, ଓଡ଼ିଶା ବି ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ଆଜିର ଦିନ ରାଜନୀତି ପ୍ରସଙ୍ଗ ନୁହେଁ। କିନ୍ତୁ, ଏ କଥା ବି ସତ୍ୟ ଯେ ଓଡିଶାବାସୀ ଏକ ନୂତନ ସୁର୍ଯ୍ୟୋଦୟ ଆଶାରେ ଏକ ନୂତନ ସରକାରକୁ ନିର୍ବାଚିତ କରି ଆଣିଥିଲେ। ମୋତେ ଆଜି କହିବାରେ ସାମାନ୍ୟତମ ସଙ୍କୋଚ ନାହିଁ ଯେ, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ, ଆମ ସରକାର ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ମାତ୍ର, ଗୋଟିଏ ବର୍ଷରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇଛି, ଯାହା ହୁଏତ ଆଗରୁ ହୋଇପାରିଥାନ୍ତା। 
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଓ ଦିଗଦର୍ଶନରେ ରାଜ୍ୟର ଚାରି ମୁଖ୍ୟ ବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।  ଏମାନେ ହେଲେ, ମହିଳା, ଅନ୍ନଦାତା, ଗରିବ ଏବଂ ଯୁବ ବର୍ଗ। ଏହାର ରୂପାୟନ କରିବା ପାଇଁ ସରକାର ଚାରିଗୋଟି ମୁଖ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି। ତାହା ହେଲା ଜୀବନ ଜୀବିକା, ଭିତ୍ତିଭୂମି, ସାମାଜିକ ବିକାଶ ଓ ସଶକ୍ତିକରଣ ଏବଂ ଓଡ଼ିଆ ଅସ୍ମିତା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe