ଆଜି ଭୁବନେଶ୍ୱର ମହାନଗର ନିଗମର ୩ଟି ବଡ଼ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ। ମହାନଗର ନିଗମ କାର୍ଯ୍ୟାଳୟରେ ହୋଇଛି ମାରାଥନ ଉଦଘଟନୀ ଉତ୍ସବ। ଆଜି ଭୁବନେଶ୍ୱର ମହାନଗର ନିଗମର ୩ଟି ବଡ଼ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

CM Mohan Charan Majhi | Suryabanshi Suraj

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ। ମହାନଗର ନିଗମ କାର୍ଯ୍ୟାଳୟରେ ହୋଇଛି ମାରାଥନ ଉଦଘଟନୀ ଉତ୍ସବ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ପ୍ରଥମେ ବିଏମସି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ ମେୟର ଏବଂ କମିସନର  ୨୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଯେଉଁଥିରେ ୧୨ଟି ୱାର୍ଡ ଅଫିସ, ବିଭିନ୍ନ ୱାର୍ଡରେ ପାର୍କ ଏବଂ ମିନି ପାର୍କ, ମିସନ ଶକ୍ତି ଗୃହ, କମ୍ୟୁନିଟି ସେଣ୍ଟର, ଶୌଚାଳୟ ସହ କିଛି ଡ୍ରେନର ଉଦଘାଟନ ହୋଇଛି।

ଭୁବନେଶ୍ୱର ମହାନଗର ନିଗମର ୩ଟି  ବଡ଼ ପ୍ରକଳ୍ପର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମେ‌ାହନ ଚରଣ ମାଝୀ । ସେଥିରେ ସାମିଲ ରହିଛି, ୧୦ ଟନ ପ୍ଲାଜମା ପାଇରୋଲିସିସ ଫ୍ୟାସିଲିଟି ପ୍ଲାଣ୍ଟ। ଯାହାକି ଭୁବନେଶ୍ୱରରୁ ବାହାରୁଥିବା ସାନିଟାରୀ ନାପକିନ ଏବଂ ଡାଏପରକୁ ପୃଥକୀକରଣ କରିବରେ ସହାୟକ ହେବ। ଦ୍ୱିତୀୟରେ ପଳାଶୁଣିରେ ୧୫୦ ଟନ ସାମଗ୍ରୀ ପୁନରୁଦ୍ଧାର ସୁବିଧା ସେଣ୍ଟର। ଯେଉଁଥିରେ ୫୦ ପ୍ରତିଶତ ଶୁଖିଲା ଅଳିଆକୁ ରିସାଇକେଲ କରିବାକୁ ସକ୍ଷମ ହେବ ବିଏମସି। ତୃତୀୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ହ୍ବାଟସପ ଚାର୍ଟବୋର୍ଡ଼ ସର୍ଭିସକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଏଥିସହ ଭୁବନେଶ୍ୱର ମହାନଗର ନିଗମର ୩ଟି  ବଡ଼ ପ୍ରକଳ୍ପର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଥିରେ ସାମିଲ ରହିଛି, ୧୦ ଟନ ପ୍ଲାଜମା ପାଇରୋଲିସିସ ଫ୍ୟାସିଲିଟି ପ୍ଲାଣ୍ଟ। ଯାହାକି ଭୁବନେଶ୍ୱରରୁ ବାହାରୁଥିବା ସାନିଟାରୀ ନାପକିନ ଏବଂ ଡାଏପରକୁ ପୃଥକୀକରଣ କରିବରେ ସହାୟକ ହେବ। ଦ୍ୱିତୀୟରେ ପଳାଶୁଣିରେ ୧୫୦ ଟନ ସାମଗ୍ରୀ ପୁନରୁଦ୍ଧାର ସୁବିଧା ସେଣ୍ଟର। ଯେଉଁଥିରେ ୫୦ ପ୍ରତିଶତ ଶୁଖିଲା ଅଳିଆକୁ ରିସାଇକେଲ କରିବାକୁ ସକ୍ଷମ ହେବ ବିଏମସି। ତୃତୀୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ହ୍ବାଟସପ ଚାର୍ଟବୋର୍ଡ଼ ସର୍ଭିସକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଯେଁଥିରେ ଗୋଟିଏ ଆପରେ ରାଜଧାନୀବାସିନ୍ଦା,  ବିଡିଏ, ବିଏମସି, ପାୱର ସର୍ଭିସ ସମସ୍ୟା ଏବଂ ୱାଟକୋ  ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ନେଇ ଚାର୍ଟ ମାଧ୍ୟମରେ ସମାଧାନର ବାଟ ପାଇପାରିବେ। ଉଭୟ ଇଂଲିଶ ଏବଂ ଓଡ଼ିଆରେ ଲୋକ ଏହି ଆପରେ ସମସ୍ୟାର ସମାଧାନ ପାଇପାରିବେ। ଏହା ବାଦ ଏଆଇ ଚାର୍ଟ ସର୍ଭିସ ମଧ୍ୟ ଆରମ୍ଭ କରୁଛି ମହାନଗର ନିଗମ। ଏବେ ପ୍ରାଥମିକ ଭାବରେ ଏହାର କାମ ଆରମ୍ଭ ହେବ। କେବଳ ସେତିକି ନୁହେଁ, ୩୫୦ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ଘର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ସେହିଭଳି ୨୦ରୁ ଅଧିକ ଭିନ୍ନକ୍ଷମ ଓ କିନ୍ନରମାନଙ୍କୁ ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe