Child Marriage Stopped: କାଶୀନଗରରେ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ବାଲ୍ୟବିବାହ ଅଟକାଗଲା

କାଶୀନଗରରେ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା child marriage ଅଟକାଗଲା। ଝିଅଟିର ବୟସ ୧୫ ବର୍ଷ ୮ ମାସ ହୋଇଥିବାରୁ ନାବାଳିକାକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଚାଇଲ୍ଡ ହେଲ୍ପ ଲାଇନ ପ୍ରକଳ୍ପ ସଂଯୋଜିକା । 

child marriage

child marriage STOPPED Photograph: (SAMBAD.IN)

କାଶୀନଗର (ଆନନ୍ଦ ପାତ୍ର): ଚାଇଲ୍ଡ ହେଲ୍ପ ଲାଇନ ପ୍ରକଳ୍ପ ସଂଯୋଜିକା ବୈଶାଳୀ ପଟ୍ଟନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ.ଏ. ସି.ର ୱର୍ଡ ନଂ.୭ ରେ ବାଲ୍ୟ ବିବାହ ହେବାକୁ ଅଛି। ପରେ ଏହି ଖବରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ କାଶୀନଗର ଆଇ.ସି.ଡି.ଏସ୍ ସୁପରଭାଇଜର୍ ପଦ୍ମାବତୀ ନାଗବଂଶ , କାଶୀନଗର ଥାନା ଏ.ଏସ.ଆଇ ଆଲୋକରଞ୍ଜନ ଜଗଦଲ, ସଖୀ କେନ୍ଦ୍ରର ସଦସ୍ୟା, ଆଭା ଏନ.ଜି.ଓ ସଦସ୍ୟ।ର ପ୍ରିୟଙ୍କା ପରିଡ଼ା ଏବଂ ମହିଳା ହବର ସଦସ୍ୟଙ୍କୁ ନେଇ ମିଳିତ ଭାବରେ ଏକ ଟିମ୍ ଗଠନ କରାଯାଇଥିଲା` ପରେ ସେହି ଟିମ୍ ମିଳିତ ଭାବରେ କାଶୀନଗରର ୱାର୍ଡ ନଂ ୭କୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପ୍ରସ୍ତାବିତ ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୮ ମାସ ହୋଇଥିବାରୁ ନାବାଳିକାକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ । 

ଆଗାମୀ ଦିନରେ ନାବାଳିକାକୁ ପାଠ ପଢାଇବେ

ନାବାଳିକାଟିର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟମାନେ ଆଗାମୀ ଦିନରେ ନାବାଳିକାକୁ ପାଠ ପଢାଇବେ ଏବଂ ବୟସ ନ ହେବା ପର୍ଯ୍ୟନ୍ତ ବିବାହ କରିବୁ ନାହିଁ ବୋଲି ଲିଖିତ ଦରଖାସ୍ତ ଦେଇଥିଲେ। ଆଗାମୀ ଦିନରେ ନାବାଳିକାଟିର ଉଜ୍ବଳ ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧ କାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ:Bali-Jatra-Cuttack-Extended: ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe