ଠାକୁରଙ୍କୁ ଜୁହାର ବେଳେ ଖସିଗଲା ବୃଦ୍ଧଙ୍କ ଗୋଡ଼, ଜୀବନ ନେଲା ବୈତରଣୀ ବନ୍ୟା

ଯାଜପୁର ଜିଲ୍ଲାରେ ବନ୍ୟାଜଳ ତାଣ୍ଡବ ରଚିଛି। ଜିଲ୍ଲାର ଦଶରଥପରୁ ଅଞ୍ଚଳରେ ବୈତରଣୀର ବନ୍ୟା ଜଳରେ ବୁଡ଼ି ଭାଗବତ ମାଝୀ (୭୨)ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଟିକଟା ନିବାସୀ। ବୃଦ୍ଧଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଥିବା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

New Project (27)

ଦଶରଥପୁର: ଯାଜପୁର ଜିଲ୍ଲାରେ ବନ୍ୟାଜଳ ତାଣ୍ଡବ ରଚିଛି। ଜିଲ୍ଲାର ଦଶରଥପରୁ ଅଞ୍ଚଳରେ ବୈତରଣୀର ବନ୍ୟା ଜଳରେ ବୁଡ଼ି ଭାଗବତ ମାଝୀ (୭୨)ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଟିକଟା ନିବାସୀ। ବୃଦ୍ଧଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଥିବା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବୈତରଣୀ ନଦୀ ପଠାରେ ତାଙ୍କ ଘର ହୋଇଥିବାବେଳେ ଠାକୁରଙ୍କୁ ଜୁହାର ହେବା ସମୟରେ ଗୋଡ଼ ଖସିଯାଇଥିଲା। ଦୀର୍ଘ ସମୟ ନମିଳିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।

ଦଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା ନଦୀ କାଣୀରେ ଷଷ୍ଠ ବନ୍ୟା ଆସିବା ଫଳରେ କସପା ପଞ୍ଚାୟତ ଅହିୟାସସ୍ଥ ଦରଘା (ପିର ମନ୍ଦିର) ନିକଟରେ ୧୨୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ଏହି ବନ୍ୟା ଜଳ ଗାଁକୁ ପ୍ରବେଶ କରିବା ସହିତ ଅହିୟାସ ବଜାରରେ ମଧ୍ୟ ପ୍ରବେଶ କରୁଥିବା ଜଣାପଡ଼ିଛି। ୧୪ ପଞ୍ଚାୟତରେ ବନ୍ୟା ଜଳ ପ୍ରବାହିତ ହେଉଛି। କସପା ଏବଂ ମଲିକାପୁର ପଞ୍ଚାୟତର ୪୯୦୦ ଲୋକଙ୍କୁ ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି।

ଘାଇମୁହଁରେ ଫସି ଥିବା ଜଣେ ଶିଶୁ ଏବଂ ମହିଳାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି, ଯେଉଁଠି ପ୍ରଖର ସ୍ରୋତ ରହିଛି ସେଠାରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ପହଂଚି ନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାରୁ ସ୍ଥାନୀୟ ଲୋକେ ଏକ ବାଉଁଶ ସିଡ଼ି ମାଧ୍ୟମରେ ତାଙ୍କୁ ଉଦ୍ଧାର କରିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘାଇମୁହଁରେ ଫସି ଥିବା ଜଣେ ଶିଶୁ ଏବଂ ମହିଳାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି, ଯେଉଁଠି ପ୍ରଖର ସ୍ରୋତ ରହିଛି ସେଠାରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ପହଂଚି ନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାରୁ ସ୍ଥାନୀୟ ଲୋକେ ଏକ ବାଉଁଶ ସିଡ଼ି ମାଧ୍ୟମରେ ତାଙ୍କୁ ଉଦ୍ଧାର କରିଛନ୍ତି। ଘାଇ ସମ୍ମୁଖରେ ଥିବା ଘର ଏବଂ ପାଣିର ସ୍ରୋତ ଲୋକଙ୍କୁ ଡରାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe