ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ଶ୍ରୀହୀନ ହୋଇ ରହିଛି ଗୋରୁମହିଷାଣୀ ଶିଶୁ ଉଦ୍ୟାନ। ରାଇରଙ୍ଗପୁର ବ୍ଳକ୍ କୁଲେଇଶିଳା ଗ୍ରାମପଞ୍ଚାୟତର ଗୋରୁମହିଷାଣୀସ୍ଥ ପି.ଏନ ବୋଷ୍ ପଡ଼ିଆ ନିକଟରେ ପୂର୍ବର ଲୁହାଖଣି ଲିଜ୍ ଧାରି ଟାଟା କମ୍ପାନି (ଟିସ୍କୋ) ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି ଲାଗି ରହୁନି। ରକ୍ଷଣାବେକ୍ଷଣ ଅଭାବରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଶିଶୁଙ୍କ ଖେଳକୁଦ ଏବଂ ଉଦ୍ୟାନ ଭ୍ରମଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରପଞ୍ଚ ୨୦୨୧ରେ ଏହି ଶିଶୁ ଉଦ୍ୟାନକୁ ପୁନଃ ପ୍ରତିଷ୍ଠା କରିଥିଲେ।
୨୦୨୧ରେ ସରପଂଚ ରାମଚନ୍ଦ୍ର ନାଏକଙ୍କ ପ୍ରଚେଷ୍ଟାରେ ଉକ୍ତ ଉଦ୍ୟାନର ନବୀକରଣ କରି ଏହାକୁ ଲୋକାର୍ପଣ କରିଥିଲେ। ଫଳରେ ଶିଶୁ ଉଦ୍ୟାନ ଖୁବ୍ ମନୋରମ ପାଲଟିଥିଲା। ଉଦ୍ୟାନରେ ବିଭିନ୍ନ ପ୍ରକାର ଶୋଭା ବର୍ଦ୍ଧନକାରୀ ଗଛ ଦୂରକୁ ଖୁବ୍ସୁନ୍ଦର ଦେଖା ଯାଉଥିଲା ତା ସହିତ ବିଭିନ୍ନ ପ୍ରକାରର ଫୁଲ ଗଛରେ ସୁନ୍ଦର ପରିବେଶ ତିଆରି ହୋଇଥିଲା। ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ଦୋଳି ସହିତ ବିଭିନ୍ନ ପ୍ରକାରର ଖେଳ ପୋଷ୍ଟ ସ୍ଥାପନ ହୋଇଥିଲା, ଯାହାକି ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା।
ପିଲାମାନଙ୍କୁ ଜଗିବା ପାଇଁ ଅବିଭାବକମାନେ ଉଦ୍ୟାନ ପାର୍ଶ୍ୱରେ ନିର୍ମିତ ବେଞ୍ଚରେ ବସି ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏ ପିଲାମାନଙ୍କରେ ଗହଳି ଲାଗି ରହୁଥିଲା। ହେଲେ ଏବେ ସେଠାରେ ଆଉ ଭିଡ଼ ଜମୁନି। ଉଦ୍ୟାନ ମୁଖ୍ୟ ଫାଟକ ଆଗରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇଛି। ରାତିରେ ସେଠାରେ ନିଶାଖୋରମାନେ ଆଡ୍ଡା ଜମାଉଛନ୍ତି। ଶିଶୁ ଉଦ୍ୟାନକୁ ଜଗିବା ପାଇଁ କୌଣସି ଜଗୁଆଳି ମଧ୍ୟ ଉଦ୍ୟାନକୁ ଜଗୁ ନାହାନ୍ତି।
/sambad/media/media_files/2025/05/21/img-20250521-wa0356-116027.jpg)
ରକ୍ଷଣବେକ୍ଷଣ ଅଭାବରୁ ଅନାବନା ଘାସରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେବା ସହିତ ପିଲାମାନଙ୍କର ଦୋଳି, ବିଭିନ୍ନ ଖେଳ ପୋଷ୍ଟ ଭାଙ୍ଗି ନଷ୍ଟ ହୋଇଗଲାଣି ତୋ କିଛି ଚୋରୀ ହୋଇଗଲାଣି। ଉକ୍ତ ଶିଶୁ ଉଦ୍ୟାନପ୍ରତି ଲୌହ ଖଣି କର୍ତ୍ତୃପକ୍ଷ କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ। ସେଦିନର ଚଳ ଚଞ୍ଚଳ ଶିଶୁ ଉଦ୍ୟାନ ଏବେ ସମସ୍ତଙ୍କର ଦୃଷ୍ଟି ଆଢୁଆଳରେ ସୌନ୍ଦର୍ଯ୍ୟହରା ହୋଇ ପଡ଼ିରହିଛି। ଉକ୍ତ ଶିଶୁ ଉଦ୍ୟାନ ବର୍ତ୍ତମାନ୍ ପଥଚାରୀଙ୍କ ଯାତାୟତ ନିମନ୍ତେ ରାସ୍ତା ପାଲଟିଛି। ସ୍ଥାନୀୟ ପ୍ରଶାସନ ଏହି ଶିଶୁ ଉଦ୍ୟାନ ପ୍ରତି ଧ୍ୟାନଦେଇ ଏହାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସରପଞ୍ଚ ମିଲିରାଣି ସିଂ ଙ୍କ ସହିତ ଯୋଗାଯୋଗ କରିବାରୁ ଶିଶୁ ଉଦ୍ୟାନକୁ ପୁନନିର୍ମାଣ ପାଇଁ ବିଡ଼ିଓଙ୍କ ନିକଟରେ ଦାବି କରିଛନ୍ତି ବୋଲି ମତ ରଖିଛନ୍ତି।
Mayurbhanj
Follow Us