ପ୍ରତିବର୍ଷ ୧୦ଟି ଗଛ ଲଗାଇବା ନେଇ ପଣ କର: ବିଧାୟକ

Advertisment

ଆମେ ସମସ୍ତେ ଆଜିଠାରୁ ପ୍ରତିବର୍ଷ ୧୦ଟି ଗଛ ଲଘାଇବାକୁ ପଣ କରିବା ଉଚିତ। ନିଜର ପିଲା ବେଳର କଥାଗୁଡିକ ମନେପକାଇଥିଲେ। ସେତେବେଳେ ମାଲକାନଗିରି ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବା ନେଇ ଚିତ୍ରକୋଣ୍ଡା ବିଧାୟକ କହିଥିଲେ।

ଆମେ ସମସ୍ତେ ଆଜିଠାରୁ ପ୍ରତିବର୍ଷ ୧୦ଟି ଗଛ ଲଘାଇବାକୁ ପଣ କରିବା ଉଚିତ। ନିଜର ପିଲା ବେଳର କଥାଗୁଡିକ ମନେପକାଇଥିଲେ। ସେତେବେଳେ ମାଲକାନଗିରି ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବା ନେଇ ଚିତ୍ରକୋଣ୍ଡା ବିଧାୟକ କହିଥିଲେ।

Mkg Climate Panchayat at govindapally (3)

ମାଲକାନଗିରି: ଜଳବାୟୂ ପରିବର୍ତ୍ତନ ଯୋଗୁଁ ଆମେ କେତେ କଷ୍ଟ ଭୋଗୁଛେ। ଏଥିରୁ ବର୍ତ୍ତିବାକୁ ହେଲେ ଆମକୁ ଏବେ ଠାରୁ ଜାଗ୍ରତ ହେବାକୁ ପଡ଼ିବ ବୋଲି।  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲ୍ଲୀ ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ମଙ୍ଗୁ ଖିଲ ପ୍ରକାଶ କରିଥିଲେ। ମୁଁ ପ୍ରତିବର୍ଷ ୧୦ଟି ଗଛ ଲଗାଇଥାଏ ଏବଂ ଏହାର ଯତ୍ନ ମଧ୍ୟ ନେଇଥାଏ। ଯାହାକୁ ଆପଣମାନେ ମୋ ଘର ଏବଂ ଆଖପାଖ ଅଂଚଳରେ ଗଲେ ଏବେ ବି ଦେଖିପାରିବେ।

ଚଳିତ ବର୍ଷ ମଧ୍ୟ ମୁଁ ୧୦ଟି ଗଛ ଲଗାଇଛି ବୋଲି ବିଧାୟକ ଶ୍ରୀ ଖିଲ ଉପସ୍ଥିତ ଜନତା ଓ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଆମେ ସମସ୍ତେ ଆଜିଠାରୁ ପ୍ରତିବର୍ଷ ୧୦ଟି ଗଛ ଲଘାଇବାକୁ ପଣ କରିବା ଉଚିତ। ନିଜର ପିଲା ବେଳର କଥାଗୁଡିକ ମନେପକାଇଥିଲେ। ସେତେବେଳେ ମାଲକାନଗିରି ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବା କହିଥିଲେ। ନିଜ ଗାଁ ପାଖରେ ବିଭିନ୍ନ ପ୍ରକାର ବୃକ୍ଷଲତା ଭରି ରହିଥିଲା। ଆମେ ନିଜେ ନିଜକୁ ବରବାଦ କରି ଚାଲିଛେ। ଆଗାମୀ ଦିନରେ ନା ବୃକ୍ଷ ରହିବ ନା ଜଂଗଲ ରହିବ। ସମସ୍ତେ ଶ୍ବାସରୁଦ୍ଧ ହୋଇ ମରିବା। ତେଣୁ ଏବେ ବି ସମୟ ଅଛି,ସଚେତନ ହେବା ଓ ପରିବେଶକୁ ବଞ୍ଚାଇବା ପାଇଁ ବ୍ୟସ୍ତ ଜୀବନ ଭିତରୁ କିଛି ସମୟ ଦେବା ବୋଲି ବିଧାୟକ ଜୋର ଦେଇ କହିଥିଲେ।

ମୁଁ ଯେତେବେଳେ ୱାର୍ଡ ମେମ୍ବର ଥିଲି ସେତେବେଳେ ଗାଁ ଗାଁ ବୁଲିଛି। ଆଉ ଦେଖିଛି ଯେ ଗାଁଗୁଡିକରେ କେତେ କେତେ ବଡ଼ବଡ଼ ଗଛ ରହିଥିଲା। ଏବେ ବିଧାୟକ ହେଲା ପରେ ସେହି ଗାଁଗୁଡିକକୁ ବୁଲିଲା ବେଳେ କେବଳ ଖାଁ ଖାଁ ଲାଗୁଛି। ଏଥିରୁ ଆମେ ଜାଣିପାରିଲେ ଯେ ଆମେ ପରିବେଶକୁ କେତେ ନଷ୍ଟ କରି ଚାଲିଛେ।

ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ନାୟକ ନିଜ ବକ୍ତବ୍ୟରେ ପରିବେଶକୁ କିପରି ସରସ ସୁନ୍ଦର ରଖିବା ଏବଂ ଆମେ କେଉଁ ଆଡକୁ ଗତି କରୁଛେ ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ। ଆଜି ଆମେ ପାଣି କିଣି କରି ପିଉଛେ। ଗାଁଗାଁରେ ପାଣିର ସମସ୍ୟା ଉତ୍କଟ ହେବାକୁ ଲାଗିଲାଣି। ଲଘୁଚାପ ହେଲେ ହିଁ ବର୍ଷା ହେଉଛି। ଏଥିରୁ ଜାଣିପାରୁଛେ ଯେ ଜଳବାୟୁ ପରିବର୍ତ୍ତନ ଆମ ଜୀବନ ଉପରେ କେତେ ପ୍ରଭାବ ପକାଇଲାଣି। ତେଣୁ ସଚେତନ ହୋଇ ଆଜି ଠାରୁ ଆମେ ଶପଥ ନେବା ଏବଂ ପରିବେଶ ବଞ୍ଚାଇବାକୁ ଅହରହ ଚେଷ୍ଟା କରିବା। ଅନ୍ୟ ଅତିଥି ଭାବେ ଗୋବିନ୍ଦପାଲ୍ଲୀ ପ୍ରତିନିଧି କୈଳାଶ ସାହୁ ତାଂକ ପିଲା ଦିନର କାହାଣୀ ବଖାଣିଥିଲେ। ସେତେବେଳେ ଗୋବିନ୍ଦପାଲ୍ଲୀ ଅଂଚଳର କିପରି ଥିଲା  ଆଉ ଏବେ କିପରି ରହିଛି।

କାର୍ଯ୍ୟକ୍ରମ ଆରମ୍ଭରେ ସମ୍ବାଦର ଜିଲ୍ଲା ପ୍ରତିନିଧି ପୁନଶ୍ଚ ପୃଥିବୀର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ କିପରି ଶବ ପାଇଁ କାଠ ମିଳୁନାହିଁ ସେନେଇ ଉପସ୍ଥିତ ଜନତା ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ନବୀନ କୁମାର ନାୟକ, ଅଧ୍ୟାପକ ଅଭୟ କୁମାର ପାତ୍ର, ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀନିବାସ ରାଓ, କିରାଣୀ ଅଲେଖ ପାତ୍ର, ଗୋବିନ୍ଦପାଲ୍ଲୀ ପ୍ରତିନିଧି କୈଳାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା ଓ ଗୋବିନ୍ଦପାଲ୍ଲୀ ପ୍ରତିନିଧି କୈଳାସ ସାହୁ ପରିଚାଳନା କରିଥିଲେ।

Malkangiri | Punascha Pruthibi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe