ଖବର ପ୍ରକାଶନ ପରେ ସଫା ସୁତୁରା ହେଲା ସହର

ସମ୍ବାଦର ପ୍ରଭାବରେ ସଫା ସୁତୁରା ହେଲା ରାଇରଙ୍ଗପୁର ସହର। ଶନିବାର ଦିନ ସାରା ପୌରପାଲିକାର ୨/୩ ଟି ସଫେଇ ଗାଡ଼ି ସହିତ ସଫେଇ କର୍ମଚାରୀମାନେ ବୁଲି ବୁଲି ସଫେଇ କରିଛନ୍ତି।

1001427841

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ସମ୍ବାଦର ପ୍ରଭାବରେ ସଫା ସୁତୁରା ହେଲା ରାଇରଙ୍ଗପୁର ସହର। ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର  ଗୋଟିଏ ପୃଷ୍ଠାରେ ରାଇରଙ୍ଗପୁର ପୌରପରିଷଦର ୩ ଗୋଟି ୱାର୍ଡ଼ର ବିଭିନ୍ନ ସ୍ଥାନର ସ୍ୱଚ୍ଛ ଓ ପରିମଳ ବ୍ୟବସ୍ଥାକୁ ନେଇ ‘ଯେଉଁଠି ପାର୍କ ସେଇଠି ଅଳିଆ’, ‘ରାଜସ୍ବ ଆଦାୟ ହେଲେ ରକ୍ଷଣା ବେକ୍ଷଣ ନାହିଁ’, ‘ସେଲଫି ପଏଣ୍ଟ ବାଡ଼ ବି ଭାଙ୍ଗି ଗଲାଣି’, ‘ଅତ୍ୟାଧୁନିକ ଶୌଚାଳୟର ରକ୍ଷଣା ବେକ୍ଷଣ ନାହିଁ’ ପ୍ରଭୃତି ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ପୌର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇବା ପରେ ସହରର ବିଭିନ୍ନ ସ୍ଥାନରେ ଥିବା ଅଳିଆ ଆବର୍ଜ୍ଜନାକୁ ଆଜି ସଫା ସୁତୁରା (ପରିଷ୍କାର ପରିଚ୍ଛନ୍ନ) କରାଯାଇଛି।

ଶନିବାର ଦିନ ସାରା ପୌରପାଲିକାର ୨/୩ ଟି ସଫେଇ ଗାଡ଼ି ସହିତ ସଫେଇ କର୍ମଚାରୀ ମାନେ ବୁଲି ବୁଲି ସଫେଇ କରିଛନ୍ତି। ଯଥା ରାଇରଙ୍ଗପୁର ୧ ନଂ ୱାର୍ଡ଼ର ବିର୍ସାମୁଣ୍ଡା ସ୍ମାର୍ଟ ପାର୍କ ପାଖରେ ଥିବା ଅଳିଆ ଆବର୍ଜନା ଓ କନ୍ୟା ଆଶ୍ରମ ବନ୍ଧରଅଳିଆ ଆବର୍ଜ୍ଜନାକୁ ସେଠାରୁ ହଟାଯାଇଛି। ଅଳିଆ ଆବର୍ଜନା ହଟିବା ପରେ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।

ସେହିପରି ୱାର୍ଡ଼ ନଂ ୪ର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରବାସ ନିକଟରେ ଥିବା ଡଷ୍ଟବିନ୍ ଗୁଡିକରେ ମାସ ମାସ ଧରି ଅଳିଆ ଆବର୍ଜ୍ଜନା ରହୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା। ତେବେ ସେହି ଡଷ୍ଟବିନ୍ ଗୁଡ଼ିକୁ ଆଜି ବଡ଼ ବନ୍ଧ ନିକଟରେ ଥିବା ଫଙ୍କା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ଛଡ଼ା ରାଇରଙ୍ଗପୁର ବସ୍ ଷ୍ଟାଣ୍ଡ ପରିସରରେ ଥିବା ଅଳିଆ ଆବର୍ଜ୍ଜନାକୁ ମଧ୍ୟ ସଫା କରାଯାଇ ବ୍ଲିଚିଂ ପାଉଡର ପକାଯାଇଛି। ଏହାବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ଥିବା ଅଳିଆ ଆବର୍ଜ୍ଜନାକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ତେବେ ଏନେଇ ସହର ବାସିନ୍ଦା ଓ ପାଠକ ପାଠିକା ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

 Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe