ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସିଂଘାଣିଆ ଗିରଫ

Advertisment

ଝାରସୁଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସିଂଘାଣିଆଙ୍କୁ ଝାରସୁଗୁଡ଼ା ପୁଲିସ ରାୟପୁରରୁ ଗିରଫ କରିଥିବାର ଖବର ମିଳିଛି।

ୂର

ଝାରସୁଗୁଡ଼ା: ଝାରସୁଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସିଂଘାଣିଆଙ୍କୁ ଝାରସୁଗୁଡ଼ା ପୁଲିସ ରାୟପୁରରୁ ଗିରଫ କରିଥିବାର ଖବର ମିଳିଛି। ଜୁଆ ଖେଳର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସିଂଘାଣିଆଙ୍କୁ ପୁଲିସ ଗିରଫ କରି ଝାରସୁଗୁଡ଼ା ଆଣୁଛି। ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ସେନ୍ଦ୍ରିଆ ଓରଫ ମୋଟୁକୁ ପୁଲିସ ଧରିବା ପରେ ସେ ଗୋବିନ୍ଦ ସିଂଘାଣିଆଙ୍କ ନାମ କହିଥିବା ଜଣା ପଡ଼ିଛି।

ଝାରସୁଗୁଡ଼ା ସହରରେ ଜୁଆ ଖେଳ ଏକ କୁଟୀର ଶିଳ୍ପର ମାନ୍ୟତା ପାଇବାକୁ ଲାଗିଲାଣି। ପୁଲିସ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ଏନେଇ ତିନି ଦିନ ତଳେ ଏସପିଙ୍କ ସ୍ଵତନ୍ତ୍ର ଟିମ୍ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଝାଡେଶ୍ୱର ମନ୍ଦିର ନିକଟରେ ଚଢ଼ାଉ କରିବା ପରେ ୭ଜଣଙ୍କୁ ଗିରଫ କରିଥିଲା। ଏହାର ମୁଖ୍ୟ କାର୍ପଟଦାର ଗୋବିନ୍ଦ ସିଂଘାଣିଆଙ୍କୁ ଝାରସୁଗୁଡ଼ା ପୁଲିସ ରାୟପୁରରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe