ଅନିର୍ବାଯ୍ୟ କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ସ୍ଥଗିତ

ଚଳିତ ମାସ ୩୦ ତାରିଖ (ସୋମବାର) ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ଯ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ।

6d2fb67e-c900-46e8-bfed-b48b55360fba

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖ (ସୋମବାର) ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ଯ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। 

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ୱରର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନଶୁଣାଣି ଶିବିର ଅନିବାର୍ଯ୍ୟ କାରଣ ହେତୁ ସ୍ଥଗିତ ରହିଛି।

ଏହି ଜନଶୁଣାଣି ପାଇଁ ଅନଲାଇନରେ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଅଭିଯୋଗଗୁଡିକ ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଶୁଣାଣିର ତାରିଖ ଓ ସମୟ ସମ୍ପର୍କିତ ସୂଚନା ପରେ ଜଣାଇ ଦିଆଯିବ। ଏହି ସୂଚନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଦ୍ୱାରା ଜାରି କରାଯାଇଛି।

CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe