ଓଡ଼ିଶାରେ ନିବେଶ କରିବାରେ ଏହା ହେଉଛି ପ୍ରକୃଷ୍ଟ ସମୟ: ମୁଖ୍ୟମନ୍ତ୍ରୀ

Advertisment

ଓଡ଼ିଶାରେ ନିବେଶ କରିବାରେ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶାକୁ ଆସି ସମୃଦ୍ଧ ଓଡ଼ିଶା ଅଭିଯାନରେ ସାମିଲ ହୁଅନ୍ତୁ। ମୁମ୍ବାଇରେ ଅନୁଷ୍ଠିତ ‘ଇଣ୍ଡିଆ ଷ୍ଟିଲ ୨୦୨୫, ସମ୍ମିଳନୀ’ରେ ଷ୍ଟିଲ ଓ ମେଟାଲ ସେକ୍ଟରରେ ନିବେଶକଙ୍କୁ ସମ୍ବୋଧିତ କରିଛନ୍ତି।

ଓଡ଼ିଶାରେ ନିବେଶ କରିବାରେ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶାକୁ ଆସି ସମୃଦ୍ଧ ଓଡ଼ିଶା ଅଭିଯାନରେ ସାମିଲ ହୁଅନ୍ତୁ। ମୁମ୍ବାଇରେ ଅନୁଷ୍ଠିତ ‘ଇଣ୍ଡିଆ ଷ୍ଟିଲ ୨୦୨୫, ସମ୍ମିଳନୀ’ରେ ଷ୍ଟିଲ ଓ ମେଟାଲ ସେକ୍ଟରରେ ନିବେଶକଙ୍କୁ ସମ୍ବୋଧିତ କରିଛନ୍ତି।

dvdvdv

ଭୁବନେଶ୍ବର: ଓଡ଼ିଶା ଷ୍ଟିଲ୍‌ ଶିଳ୍ପର ହବ୍‌ ହେବ। ମୁମ୍ବାଇ ଗସ୍ତରେ ଶିଳ୍ପପତିଙ୍କୁ ଭେଟିବା ସହ ଓଡ଼ିଶା ଆସି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହ୍ବାନ କରିଛନ୍ତି। କଞ୍ଚାମାଲ ଏବଂ ଜମି ଯୋଗାଇବା ସହ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ନିବେଶ କରିବାରେ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶାକୁ ଆସି ସମୃଦ୍ଧ ଓଡ଼ିଶା ଅଭିଯାନରେ ସାମିଲ ହୁଅନ୍ତୁ। ମୁମ୍ବାଇରେ ଅନୁଷ୍ଠିତ ‘ଇଣ୍ଡିଆ ଷ୍ଟିଲ ୨୦୨୫, ସମ୍ମିଳନୀ’ରେ ଷ୍ଟିଲ ଓ ମେଟାଲ ସେକ୍ଟରରେ ନିବେଶକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଷ୍ଟିଲ ହେଉଛି ଓଡ଼ିଶାର ମୁଖ୍ୟଶିଳ୍ପ। ଲୁହା ପଥରରେ ଓଡ଼ିଶା ଭାରତ ସବୁଠୁ ଆଗରେ। ଷ୍ଟିଲ ସେକ୍ଟରରେ ଭାରତର ସଫଳତା ପଛରେ ଓଡ଼ିଶା ଭୂମିକା ଗୁରତ୍ବପୂର୍ଣ୍ଣ। ଓଡ଼ିଶାରୁ ୫୫% ଅଧିକ ଲୁହା ପଥର ଉତ୍ପାଦନ ହେଉଛି। ତେଣୁ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ସହଜ ହେବ। 

ଶିଳ୍ପପତିଙ୍କୁ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନମନ୍ତ୍ରଣ କରିବା ସହ ମୁଖ୍ୟମନ୍ତ୍ରୀ ଶିଳ୍ପସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଜମି ଯୋଗାଇବା ପ୍ରତିଶ୍ରୁତି ଦେଇଛନ୍ତି। ଏଥସହ ଶିଳ୍ପସଂସ୍ଥା ପାଇଁ ରାସ୍ତା, ରେଳପଥ, ବିଦ୍ୟୁତ୍ ଏବଂ ପାଣି ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ କୌଣସି ସୁଯୋଗ ହାତଛଡା କରିନାହାନ୍ତି। ଓଡ଼ିଶାରେ ଭରପୂର ଥିବା ଖଣିଜସମ୍ପଦର ତଥ୍ୟ ଦେଇଛନ୍ତି। କ୍ରୁଡ୍ ଷ୍ଟିଲ ଏବଂ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଓଡ଼ିଶା ୧ ନମ୍ବରରେ ଅଛି । ଓଡ଼ିଶାରେ ୫୪ଟି ସମନ୍ବିତ ଇସ୍ପାତ କାରଖାନା ଅଛି। ସେଥିରୁ ବର୍ଷକୁ ୪୧.୨୧ ମିଲିଅନ ଟନ ଷ୍ଟିଲ ଉତ୍ପାଦନ ହେଉଛି। ହେଲେ ୨୦୩୦ ସୁଦ୍ଧା ବର୍ଷକୁ ୧୩୦ ମିଲିଅନ ଟନ ଷ୍ଟିଲ ଉତ୍ପାଦନ ନେଇ ଓଡ଼ିଶା ଲକ୍ଷ୍ୟ ରଖିଛି। ଓଡ଼ିଶାରେ ଥିବା ୮ଟି ଖଣିଜ ବ୍ଲକ ନିଲାମ ପାଇଁ ପ୍ରକିୟା ଆରମ୍ଭ ହୋଇଛି। ୨୦୨୬ ସୁଦ୍ଧା ଆଉ ୨୨ଟି ଖଣିଜ ବ୍ଳକ ନିଲାମ ହେବାର ଅଛି। ଷ୍ଟିଲ ଶିଳ୍ପ ପାଇଁ ଆବଶ୍ୟକ ଲୁହାପଥର, କୋଇଲା, ଚୂନ ପଥର କଣିବାକୁ ପଡ଼ିବନାହିଁ। କାରଣ ତାହା ଓଡ଼ିଶାରେ ଅଛି। ତେବେ ଷ୍ଟିଲ ଶିଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ରେଡ କାରପେଟ କେତେଦୂର ସଫଳ ହୋଇପାରୁଛି ତାହା ଦେଖିବାର କଥା। 

 CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe