Mohan Majhi Photograph: (Sambad )
ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ରଙ୍ଗବଜାର ନିକଟ କୁଆଖାଇରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ରଙ୍କ ପ୍ରାଣହାନୀ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ’ଏକ୍ସ’ ଜରିଆରେ ସେ ଏନେଇ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ସିକୁନ ଓ ଦିବ୍ୟଜ୍ୟୋତିଙ୍କ ପରିବାର ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ରଙ୍ଗବଜାର ନିକଟ କୁଆଖାଇରେ ସରସ୍ୱତୀ ମୂର୍ତ୍ତି ବିସର୍ଜନ ପାଇଁ ଆଜି ସକାଳେ ସାଙ୍ଗମାନଙ୍କ ସହ ସିକୁନ ଓ ଦିବ୍ୟଜ୍ୟୋତି ଆସିଥିଲେ। କୌଣସି କାରଣରୁ ଅସାବଧାନତା ଯୋଗୁଁ ସେମାନେ କୁଆଖାଇର ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ। ମୃତକମାନଙ୍କ ମଧ୍ୟରୁ ଜଣେ ୬ ନମ୍ବର ବାଳକ ବିଦ୍ୟାଳୟର ଛାତ୍ର ଥିଲେ। ଅନ୍ୟଜଣେ ଛାତ୍ର କ୍ୟାପିଟାଲ ହାଇସ୍କୁଲର ବୋଲି ଜଣାପଡିଛି। ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ପାଣି ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା।
Follow Us