ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସଡ଼କ ଦୁର୍ଘଟଣାରେ ଆଜି ପୂର୍ବାହ୍‌ଣରେ ପ୍ରାଣ ହରାଇଥିବା ନବମ ଶ୍ରେଣୀ ଛାତ୍ର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି

Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ଆଜି ପୂର୍ବାହ୍‌ଣରେ ପ୍ରାଣ ହରାଇଥିବା ନବମ ଶ୍ରେଣୀ ଛାତ୍ର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନବମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଟ୍ରାକ୍ଟର ଧକ୍କାରେ ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ସମୟରେ ଧନୁପାଲିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ଅୟୁଷ୍ମାନ ବେହେରା ପାଠପଢ଼ି ସାରି ଘରକୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ ଟ୍ରାକ୍ଟର୍ (ଓଡି-୧୫ ଡବ୍ଲ୍ୟୁ ୮୧୧୫) ତାଙ୍କୁ ଧକ୍କା ଦେଇଥିଲା।ସେଠାରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଆୟୁଷ୍ମାନ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe