ଦିଲ୍ଲୀରେ ବିଜେପି ସରକାର; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀର ଜନତା ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାରଙ୍କୁ ହଟାଇ ପଦ୍ମ ଫୁଟାଇ ଥିବାରୁ ମୋହନ ମାଝୀ ଏହି କୃତଜ୍ଞତା ଜଣାଇଛନ୍ତି।

Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀର ଜନତା ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାରଙ୍କୁ ହଟାଇ ପଦ୍ମ ଫୁଟାଇ ଥିବାରୁ ମୋହନ ମାଝୀ ଏହି କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ଚରଣ ମାଝୀ କହିଛନ୍ତି, ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ଦେଇ ସମୃଦ୍ଧ ଦିଲ୍ଲୀ ଗଠନ ଦିଗରେ ବିଜେପିକୁ ଆଶୀର୍ବାଦ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି। ବିକଶିତ ଭାରତର ବିକଶିତ ରାଜଧାନୀ ପାଇଁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଉପରେ ଦିଲ୍ଲୀବାସୀଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ। ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଡ଼ବଲ ଇଞ୍ଜିନ ସରକାର ଗଠନ ଦିଗରେ ନିଜର ଯୋଗଦାନ ଦେଇଥିବା ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।

ବିକଶିତ ଭାରତର ବିକଶିତ ରାଜଧାନୀ ପାଇଁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଉପରେ ଦିଲ୍ଲୀବାସୀଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ। ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଡ଼ବଲ ଇଞ୍ଜିନ ସରକାର ଗଠନ ଦିଗରେ ନିଜର ଯୋଗଦାନ ଦେଇଥିବା ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୫ ତାରିଖ ଦିନ ମତଦାନ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥିଲା। ୭୦ ଆସନକୁ ନେଇ ଗଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଶୋଚନୀୟ ପରାଜୟ ହୋଇଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ ଆପ୍‌କୁ ୨୨ଟି ଆସନ ମିଳିଛି। କଂଗ୍ରେସ ଖାତା ମଧ୍ୟ ଖୋଲିପାରି ନାହିଁ। ବିଜେପି ୨୦୨୭ ବର୍ଷ ପରେ ପୁଣି ଥରେ କ୍ଷମତା ହାସଲ କରିଛି। ଦିଲ୍ଲୀବାସୀଙ୍କୁ ଡବଲ ଇଞ୍ଜିନର ସରକାର ମିଳିଛି। 

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଓଡ଼ିଆମାନଙ୍କର ମଧ୍ୟ ବଡ଼ ଭୂମିକା ରହିଛି। ଗତବର୍ଷ ହୋଇଥିବା ଦିଲ୍ଲୀରେ ବସବାସ କରୁଥିବା ଲକ୍ଷଲକ୍ଷ ଓଡ଼ିଆ ଦିଲ୍ଲୀରେ ନୂଆ ସରକାର ଆଣିବା ପାଇଁ ମତଦାନ କରିଛନ୍ତି। ନିର୍ବାଚନରେ ଓଡ଼ିଶାର ସୁପୁତ୍ରମାନେ ମଧ୍ୟ ପ୍ରଚାର କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe