ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

Advertisment

ଅନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୫ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସରକାର ଗରିବ, ଶ୍ରମିକଙ୍କ ପାଇଁ ସର୍ବଦା ସମ୍ବେଦନଶୀଳ। ସଂଗଠିତ ଓ ଅଣ ସଂଗଠିତ ଶ୍ରମିକମାନଙ୍କୁ ଆଇନଗତ ଅଧିକାର ଦିଆଯାଇଛି।

ଅନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୫ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସରକାର ଗରିବ, ଶ୍ରମିକଙ୍କ ପାଇଁ ସର୍ବଦା ସମ୍ବେଦନଶୀଳ। ସଂଗଠିତ ଓ ଅଣ ସଂଗଠିତ ଶ୍ରମିକମାନଙ୍କୁ ଆଇନଗତ ଅଧିକାର ଦିଆଯାଇଛି।

ଭୁବନେଶ୍ବର: ଦେଶର ପ୍ରଗତିର ଚକ୍ରକୁ ଦଶନ୍ଧି ଦଶନ୍ଧି ଧରି ଶ୍ରମିକମାନେ ଚଳାଇ ଆସୁଛନ୍ତି। ଶ୍ରମିକମାନେ କେତେବେଳେ ୮ ଘଣ୍ଟା ପୁଣି କେତେବେଳେ ୧୦ ଘଣ୍ଟା କାମ କରୁଛନ୍ତି। ବିଭିନ୍ନ ସମୟରେ ଠିକାଦାର ବା ସଂସ୍ଥାମାନେ ଶ୍ରମିକମାନଙ୍କୁ ୮ ଘଣ୍ଟାରୁ ଅଧିକ ସମୟ କାମ କରାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହା କହିଛନ୍ତି।

ଅନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୫ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସରକାର ଗରିବ, ଶ୍ରମିକଙ୍କ ପାଇଁ ସର୍ବଦା ସମ୍ବେଦନଶୀଳ। ସଂଗଠିତ ଓ ଅଣ ସଂଗଠିତ ଶ୍ରମିକମାନଙ୍କୁ ଆଇନଗତ ଅଧିକାର ଦିଆଯାଇଛି। ଶ୍ରମିକମାନେ କେମିତି ନ୍ୟାୟ ପାରିବେ, ଉପଯୁକ୍ତ ମଜୁରୀ ପାଇବେ, କମ୍ପାନି କିମ୍ବା ସରକାର କେମିତି ଦୁଃଖ ସମୟରେ ଛିଡ଼ା ହେବେ ସେ ନେଇ ଶ୍ରମିକମାନେ ଲଢେଇ କରିଥାନ୍ତି।  

ମାତ୍ର ୭୦ ହଜାର ପଞ୍ଜୀକୃତ ପ୍ରବାସୀ ଶ୍ରମିକ ହୋଇଛନ୍ତି। କିନ୍ତୁ ୧୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି, ଯାହାକି କରୋନା ବେଳେ ଜଣାପଡ଼ିଲା। ଶ୍ରମିକମାନେ ବାହାରକୁ କାମ ପାଇଁ ଗଲେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ମାଡ଼ କରାଯାଉଛି ଓ ହତ୍ୟା କରାଯାଉଛି।

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ବି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଭଳି ଜିଲ୍ଲାରୁ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। ଆମ ରାଜ୍ୟରେ କାମ ନାହିଁ, ନଚେତ ଯଥେଷ୍ଟ କାମ ନାହିଁ। ଏହାର ସମାଧାନ କରିବାକୁ ପଡ଼ିବ। ମାତ୍ର ୭୦ ହଜାର ପଞ୍ଜୀକୃତ ପ୍ରବାସୀ ଶ୍ରମିକ ହୋଇଛନ୍ତି। କିନ୍ତୁ ୧୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି, ଯାହାକି କରୋନା ବେଳେ ଜଣାପଡ଼ିଲା। ଶ୍ରମିକମାନେ ବାହାରକୁ କାମ ପାଇଁ ଗଲେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ମାଡ଼ କରାଯାଉଛି ଓ ହତ୍ୟା କରାଯାଉଛି। ଦୁଇ ଦିନ ତଳେ ଚେନ୍ନାଇରେ ଜଣେ ଶ୍ରମିକଙ୍କୁ ହାତ ଗୋଡ଼ ବାନ୍ଧି ନିର୍ଯାତନା ଦିଆଗଲା। ତେବେ ବିଜେପି ସରକାର ଆସିଲା ପରେ ଦାଦନ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇଛି। ବିଜେପି ସରକାର ଆସିଲା ପରେ ୪ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରି ୩୭୦ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି। 

 CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe