‘ବାହୁଡ଼ାଯାତ୍ରା ଓ ସୁନାବେଶ ସହ ନୀଳାଦ୍ରି ବିଜେ’ରେ ତ୍ରୁଟି ନହେବାକୁ ଗୁରୁତ୍ବ ଦିଆଯାଉଛି’

Advertisment

ରଥଯାତ୍ରାରେ ଘଟିଥିବା ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଶନିବାର ଓ ରବିବାର ଛୁଟି ଥିବାରୁ ଶରଧାବାଲିରେ ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା। ପୁଲିସ ସୁରକ୍ଷା ଦୃଷ୍ଟିରୁ ତ୍ରୁଟି ଥିଲା।

ରଥଯାତ୍ରାରେ ଘଟିଥିବା ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଶନିବାର ଓ ରବିବାର ଛୁଟି ଥିବାରୁ ଶରଧାବାଲିରେ ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା। ପୁଲିସ ସୁରକ୍ଷା ଦୃଷ୍ଟିରୁ ତ୍ରୁଟି ଥିଲା।

1ac3f728-51d4-4bac-8c07-0fd3c5564574

ପୁରୀ: ମହାପ୍ରଭୁଙ୍କ ଶୃଙ୍ଖଳିତ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପୁରୀରେ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିିଭିନ୍ନ ନିଯୋଗ ସହିତ ସମୀକ୍ଷା ବୈଠକ କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆମ ଆଗରେ ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ବଡ଼ ଯାତ୍ରାର ପରିଚାଳନା ପାଇଁ ଚ୍ୟାଲେଞ୍ଜ ରହିଛି। ଏହି ତିନି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ସମାଗମ ହେବ। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଟ୍ରାଫିକ୍‌ର ସୁପରିଚାଳନା ପାଇଁ ଆଲୋଚନା ହୋଇଛି। 

ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ମହାପ୍ରଭୁଙ୍କ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ। କିନ୍ତୁ ଭିଡ଼କୁ ସଫଳ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ଆଲୋଚନା ହୋଇଛି। ଭୁବନେଶ୍ବରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ଦୁଇଟି ରାସ୍ତାରେ ପ୍ରବଳ ଭିଡ଼ ରହିବାର ସମ୍ଭାବନା ରହିଛି। ଏଥର ଭିଡ଼କୁ ପରିଚାଳନା ପାଇଁ ପ୍ରସ୍ତୁତି ଜୋର କରାଯାଇଛି। ରଥଯାତ୍ରାକୁ ସଫଳ ପରିଚାଳନା କରିପାରିବା ଭଳି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେବାୟତମାନେ ସେମାନଙ୍କର ସମସ୍ୟା ସଂପର୍କରେ ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି। ରଥଯାତ୍ରା ଓ ଅନ୍ୟ ସମୟରେ ହେଉଥିବା କାର୍ଯ୍ୟକ୍ରମ ଉ‌ପରେ ସକରାତ୍ମକ ଭାବରେ ଆଲୋଚନା ହୋଇଛି। ସେବାୟତମାନେ ସେମାନଙ୍କର ଦାବି ରଖିଛନ୍ତି। ସେବାୟତମାନଙ୍କର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାର ଖୋଲା ଅଛି। ଅନ୍ୟପଟରେ ମହାପ୍ରଭୁଙ୍କ ଯାତ୍ରା ସଫଳ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେବାୟତ ସଂଘ ପକ୍ଷରୁ କୁହାଯାଇଛି। 

ମହାପ୍ରଭୁଙ୍କ ପବିତ୍ର ହେରାପଞ୍ଚମୀ ଅବସରରେ ପୁରୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆମେ ତଦାରଖ କରିଛୁ। ଆଇନମନ୍ତ୍ରୀ, ସାଂସଦ, ତିିନିଜଣ ବିଧାୟକ ମଧ୍ୟ ରଥଯାତ୍ରା ପାଇଁ ତଦାରଖ ଜାରି ରଖିଛନ୍ତି। ମନ୍ତ୍ରୀସ୍ତରୀୟ ଏକ କମିଟି ଗଠନ କରାଯାଇଛି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କମିଟିର ଅଧ୍ୟକ୍ଷା ଅଛନ୍ତି। ସେମାନେ ମଧ୍ୟ ତଦାରଖ କରୁଛନ୍ତି। ଆଗାମୀ ଦିନରେ କୌଣସି ଅଘଟଣ ନଘଟୁ। ମହାପ୍ରଭୁଙ୍କ ଇଚ୍ଛା ପୂରଣ ହେଉ। ରଥଯାତ୍ରା ସୂଚାରୁ ରୂପେ ସଂପାଦନ ହେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ। 

ରଥଯାତ୍ରାରେ ଘଟିଥିବା ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଶନିବାର ଓ ରବିବାର ଛୁଟି ଥିବାରୁ ଶରଧାବାଲିରେ ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା। ପୁଲିସ ସୁରକ୍ଷା ଦୃଷ୍ଟିରୁ ତ୍ରୁଟି ଥିଲା। ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆଗାମୀ ଦିନରେ ତ୍ରୁଟି ନହେବା ପାଇଁ ଆଲୋଚନା କରାଯାଇଛି। 

ବୈଠକରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖିଥିଲେ। ସେହିପରି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର,  ଆରକ୍ଷୀ ମହାନିର୍ଦ୍ଦେଶକ (ଅଗ୍ନିଶମ) ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ଦୟାଲ ମଙ୍ଗୁଆର ଓ ପୁରୀ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିଥିଲେ।

puri | rath yatra | Rath Yatra 2025

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe