ପୁରୀରେ ମୁଖ୍ୟମନ୍ତ୍ରୀ: ପ୍ରଶାସନିକ ବୈଠକ ଶେଷ; ସେବାୟତ-ବିଭିନ୍ନ ନିଯୋଗ ସହ ଆଲୋଚନା ଆରମ୍ଭ

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଅଛନ୍ତି।

ଅଦ୍ୟତନ ହୋଇଛି
5beba030-36d6-4461-aa4d-b761e5d8d37d

ଭୁବନେଶ୍ବର/ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ସେ ପ୍ରଶାସନିକ ବୈଠକ ଶେଷ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ସେବାୟତ ଓ ବିଭିନ୍ନ ନିଯୋଗ ସହ ଆଲୋଚନା ଜାରି ରଖିଛନ୍ତି। ପ୍ରଶାସନିକ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

41795576-3711-4402-b658-550394e6597a

ସେବାୟତ ଓ ବିଭିନ୍ନ ନିଯୋଗ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସମସ୍ତ ନିଯୋଗର ବରିଷ୍ଠଙ୍କ ସହ ସାଂସଦ, ବ୍ରହ୍ମଗିରି, ପିପିଲି, ସତ୍ୟବାଦୀ ବିଧାୟକ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା, ସ୍ବତନ୍ତ୍ର ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି। 

ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି। ଶୃଙ୍ଖଳିତ ଯାତ୍ରା, ଦର୍ଶନ ଏବଂ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି। 

ସୂଚନାଯୋଗ୍ୟ, ଗତ ରବିବାର ଦିନ ଦଳଚକଟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ପରିସ୍ଥିତି ଯୋଗୁଁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା। ଏହି ଘଟଣା ପରେ ସରକାର ଅବ୍ୟବସ୍ଥା କହି ବିରୋଧୀ ଘେରିଥିଲେ। ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପୁରୀ ଗସ୍ତରେ ଯାଇଛନ୍ତି। 

puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe