‘ଚୋରି ଶିଶୁପୁତ୍ର ମା' କୋଳକୁ ଫେରି ଆସିବା ଖବର ଆଶ୍ବସ୍ତି ପ୍ରଦାନ କରିଛି’

ରାଜଧାନୀ ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା' କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି। ସମ୍ପୃକ୍ତ ମା'ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ।

Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା' କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି। ସମ୍ପୃକ୍ତ ମା'ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୁଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ। 

ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ। ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି। ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା।

ଶନିବାର କାଳବୈଶାଖୀ ହେବାରୁ ଦୃଷ୍ଟିବାଧିତ ମା’ ଆଶ୍ରମକୁ ଫେରି ନପାରି ରାମମନ୍ଦିର ସମ୍ମୁଖରେ ରହିଯାଇଥିଲେ। ରାତି ପ୍ରାୟ ୨ଟା‌ ବେଳେ ଜୁସ୍‌ ପିଆଇବାକୁ ଦେବ କହି ଶିଶୁଟିକୁ ଅପହରଣକାରୀ ସାଙ୍ଗରେ ନେଇ ଚମ୍ପଟ ମାରିଥିଲା। ପରଦିନ ପୁଅକୁ ନପାଇ ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ତେଣୁ ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ୍‌ ବାଲେଶ୍ବର, ଭଦ୍ରକ, କଲିକତା ଇତ୍ୟାଦି ସ୍ଥାନକୁ ଯାଇ ‌ତଦନ୍ତ ଚଳାଇଥିଲା। ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ସ୍ଥାନୀୟ ଭିକ୍ଷୁକ, ବଞ୍ଜାରାମାନଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଥିଲା। 

ଏହି ଖବର ପଢ଼ନ୍ତୁ: ଦିବ୍ୟାଙ୍ଗ ମହିଳାଙ୍କ ପିଲା ଚୋରି: ସନ୍ଦିଗ୍ଧ ବ୍ୟକ୍ତି ଅଟକ

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ରାମମନ୍ଦିର ନିକଟରୁ ଶିଶୁପୁତ୍ର ଚୋରି ହୋଇଥିଲା। ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହି ଆଧାରରେ ପୁଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୫ଟି ଟିମ୍‌ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା। କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌କୁ ସିସିଟିଭି ଫୁଟେଜ୍‌ ପଠାଇ ପୁଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ। ଏହାବାଦ୍‌ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଅପରପକ୍ଷେ ଶିଶୁପୁତ୍ରଟିକୁ ହରାଇ ଦୃଷ୍ଟିବାଧିତ ମା’ଟି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍‌ଣରେ ଚୋରି ହୋଇଥିବା ଶିଶୁପୁତ୍ରକୁ ବାଲେଶ୍ବରରୁ କମିସନରେଟ୍‌ ପୁଲିସ ଉଦ୍ଧାର କରିଥିଲା।

CM Mohan Charan Majhi | childhood

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe