ଭୁବନେଶ୍ବର: ପୁରୀ ଓ ସାଗର ଦୀପ ଭିତରେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆମ ପାଖରେ ଯାହା ସୂଚନା ରହିଛି, ବାତ୍ୟା ‘ଦାନା’ ପିକ୍‌ ସମୟରେ ସ୍ଥଳ ଭାଗରେ ଘଣ୍ଟା ପିଛା ୧୧୦ରୁ ୧୨୦ କିମି ବେଗରେ ଯିବା ସମ୍ଭାବନା ରହିଛି। ବାତ୍ୟା ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ବାତ୍ୟା ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ, ୨୪ ପରେ ପ୍ରବଳ ବର୍ଷିବ

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ନେଇ  ଲୋକଙ୍କୁ ଭୟଭୀତ ହେବାର କାରଣ ନାହିଁ। ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ ରଖିଛନ୍ତି। ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଅଛନ୍ତି। ସମସ୍ତ ଆବଶ୍ୟକତା ବ୍ୟବସ୍ଥା ଓ ଜରୁରୀକାଳନ ଜିନିଷ ରଖାଯିବ। ଏଥି ପାଇଁ ସଂପୃକ୍ତ ବିଭାଗ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଅତ୍ୟାବଶ୍ୟକ ସେବାକୁ ତ୍ବରାନ୍ବିତ କରାଯିବ। ବିଶେଷକରି ବିଦ୍ୟୁାତ, ପାନୀୟ ଜଳ, ଔଧଷ ଓ ଯୋଗାଯୋଗ ଉପରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

mohan majhi

ବାତ୍ୟା ପରବର୍ତ୍ତୀ ସମୟରେ ବ୍ୟବସାୟୀମାନେ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି କରିଥାନ୍ତି। ଏଥର କଳାବଜାରୀ ଉପରେ ସଂପୃକ୍ତ ବିଭାଗ ନଜର ରଖିବ। ଏଥି ପାଇଁ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

 

ଲୋକସେବା ଭବନରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚଳାନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ମନୋଜ ଆହୁଜା, ଏସ୍‌ଆରସି ଦେଓ ରଂଜନ ସିଂ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି  ପ୍ରମୁଖ ଉପସ୍ଥିତ।

ଏହି ଖବର ପଢ଼ନ୍ତୁ: ବାତ୍ୟା ସମୟରେ ଏହି ଜିଲ୍ଲାରେ ଏତିକି ବେଗରେ ପବନ ବହିବ?

ପୂର୍ବରୁ ଆଇଏମ୍‌ଡି ଡିଜି କହିଛନ୍ତି ଯେ, ବାତ୍ୟା ଅତିକ୍ରମ ପରେ ସାମୁଦ୍ରିକ ଜୁଆର ଆସିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରେ ଜଳଭର୍ତ୍ତି ହୋଇପାରେ। ନଦୀର ଜଳସ୍ତର ବୃଦ୍ଧି ହୋଇପାରେ। ଗଛ ପଡ଼ି ରାସ୍ତା ଅବରୋଧ ହୋଇପାରେ। ଗଛ ଉପୁଡ଼ିପାରେ। ସହରାଞ୍ଚଳରେ ହୋର୍ଡିଂ ଭାଙ୍ଗିପାରେ। ବର୍ଷା ଓ ପବନ ଯୋଗୁଁ  ଧାନ ଓ ପନିପରିବା ଫସଲ ନଷ୍ଟ ହୋଇପାରେ। କଚ୍ଚା ଘର ପ୍ରଭାବିତ ହୋଇପାରେ। ତେଣୁ ଲୋକେ ୨୪ ଓ ୨୫ ତାରିଖରେ ଲେକେ ସତର୍କ ରହିବା ଉଚିତ। ଆସନ୍ତାକାଲି ବାତ୍ୟା ସଂପର୍କିତ ଅଧିତ ତଥ୍ୟ ମିଳିବ। ବାତ୍ୟାର ଲ୍ୟାଣ୍ଡଫଲ ନେଇ ଏବେ ଲେକେସନ ଜଣାପଡ଼ି ନାହିଁ। କିନ୍ତୁ ପୁରୀରୁ ସାଗରଦୀପ ମଧ୍ୟରେ ବେଶୀ ପ୍ରଭାବ ପଡ଼ିବ। ତେଣୁ ଲୋକେ ଏହି ଅଞ୍ଚଳରେ ସତର୍କ ରହିବାର ଅଛି। ସରକାର ଓ ବେସରକାରୀ ସଂସ୍ଥା ଏଥି ପ୍ରତି ଅଧିକ ସତର୍କ ରହିବାର ଅଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ହେବ। ଉତ୍ତର ଓଡ଼ିଶାରେ ଅଧିକ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି।