ବାତ୍ୟାଞ୍ଚଳ ପରିଦର୍ଶନ ପରେ ଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Advertisment

ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ ଲକ୍ଷ ଲକ୍ଷ ଏକର ଧାନ ସମେତ ଅନ୍ୟ ଫସଲ ନଷ୍ଟ ହୋଇଛି। ଏହା କେତେ ପରିବାଣରେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣାପଡ଼ିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲିଛନ୍ତି।

Updated On

ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ ଲକ୍ଷ ଲକ୍ଷ ଏକର ଧାନ ସମେତ ଅନ୍ୟ ଫସଲ ନଷ୍ଟ ହୋଇଛି। ଏହା କେତେ ପରିବାଣରେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣାପଡ଼ିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲିଛନ୍ତି।

ଅଦ୍ୟତନ ହୋଇଛି

ଭୁବନେଶ୍ଵର: ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇଛନ୍ତି। ସେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

arial view1

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ପରିଦର୍ଶନ ସମୟରେ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ।

publive-image

ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ବାତ୍ୟା ‘ଦାନା’ ଯୋଗୁଁ ୧୪ ଜିଲ୍ଲାର ୩୫ ଲକ୍ଷ ୯୫ ହଜାର ୧୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୦୮ ବ୍ଲକ, ୧୬୭୧ ଗ୍ରାମ ପଞ୍ଚାୟତ, ୩୧ ସହରର ୪୨୬ ୱାର୍ଡର ଲୋକେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି। ଆଜି ସକାଳ୧୦ଟା ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି। ଲୋକେ ଫେରିବା ଆରମ୍ଭ କଲେଣି। ରନ୍ଧା ଖାଦ୍ୟ ମାଧ୍ୟମରେ ୮ ଲକ୍ଷ ୧୦ ହଜାର ୮୯୬ ଜଣ ଲୋକ ଉପକୃତ ହୋଇଛନ୍ତି। ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ।. ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି। ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ। ଆଜି ସକାଳ ଯାଏଁ ଜିରୋ କାଜୁଆଲଟି।

ଏହି ଖବର ପଢ଼ନ୍ତୁ:ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା ରାଶି

ଶ୍ରୀ ପୂଜାରୀ କହିଛନ୍ତି, ୬ ଲକ୍ଷ ୫୯ ହଜାର ୮୪୨ ପଶୁ ପ୍ରଭାବିତ ହୋଇଛନ୍ତି। ଏଣେ ୭ ଲକ୍ଷ ୩୪ ହଜାର ୭୫ କୁକୁଡ଼ା ପ୍ରଭାବିତ। ପଶୁଙ୍କୁ ସାପ କାମୁଡ଼ା ମାମଲା ଭଦ୍ରକରେ ୪, ଯାଜପୁରରେ ଜଣେ ଓ କେନ୍ଦ୍ରାପଡ଼ା ୭ ନଜରକୁ ଆସିଛି। ସେହିପରି ୨୮ଜଣ ଲୋକଙ୍କୁ ସାପ କାମୁଡ଼ିଛି। ଏଥିରେ ଜଣେ ଡାକ୍ତର ବି ଅଛନ୍ତି ହେଲେ ସମସ୍ତେ ସୁସ୍ଥ ଅଛନ୍ତି। ୧ ଲକ୍ଷ ୨୫ ହଜାର ୯୧୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୫୮୩୯ ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି।  ପୀଡ଼ତମାନଙ୍କୁ ୨୩୨୨.୨ କ୍ବିଣ୍ଟାଲ୍ ଚୁଡ଼ା ଓ ୭୫୫ ପଲିଥିନ ଦିଆଯାଇଛି। ୩୩୫ ମେଡିକାଲ ଟିମ ନିୟୋଜିତ ହ‌ୋଇଛନ୍ତି।ଏଣେ ବିଦ୍ୟୁତ ସରବାରହ କାମ ସରିଲାଣି।

ଏହି ଖବର ପଢ଼ନ୍ତୁ: ବାତ୍ୟାରେ ୧.୯୩ ଲକ୍ଷ ହେକ୍ଟର ଜମିରେ ଚାଷ ବରବାଦ୍

ବୁଢାବଳଙ୍ଗ ସତର୍କ ସ୍ତରର ୦.୩୫ ମିଟର ଉପରେ ଅଛି। ହେଲେ ବିପଦ ସଂକେତ ନାହିଁ। ଜଳ ନିଷ୍କାସନ ଆହୁରି ଗତିଶୀଳ ହେବ। ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଆସିବ। ଏସଆରସିଙ୍କ ପାଖକୁ ୧୪ ଜିଲ୍ଲାର ଜିଲାପାଳମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe