୭୬ତମ ସାଧାରଣତନ୍ତ୍ର ଦିବସ: ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

Advertisment

୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି।

୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି।

Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ। ଜିଲ୍ଲା ମୁଖ୍ୟାଳୟରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।

ସେହିପରି ସୁନ୍ଦରଗଡ଼ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ‌ସୋନପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କୋରାପୁୁଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଗତସିଂହପୁୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାୟଗଡ଼ାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଜପତିରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ବାଲେଶ୍ବରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁୁଣ୍ଟିଆ, ନୂଆପଡ଼ାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଢେଙ୍କାନାଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମାଲକାନଗିରିରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ନୟାଗଡ଼ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପତାକା ଉତ୍ତୋଳନ କରିବେ। 

କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ ରାଉରକେଲରେ ଆରଡିସି ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୁଳ, ବାରିପଦା, ବରଗଡ଼, ଗଦ୍ରକ, ବଲାଙ୍ଗୀର,, ବୌଦ୍ଧ, ଦେବଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ଫୁଲବାଣୀରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe