‘ଉତ୍ତମ ଜନସେବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ’

Advertisment

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

Mohan Majhi

CM Mohan Majhi Photograph: (sambad.in)

ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା-୨୦୨୪ରେ ସଫଳତା ହାସଲ କରିଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଭିଲ ସେବା ପରୀକ୍ଷା - ୨୦୨୪ ପରୀକ୍ଷାରେ ସଫଳତା ହାସଲ କରିଥିବା ଓଡ଼ିଶାର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଉତ୍ତମ ଜନସେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସେବା ମନୋଭାବ ସମସ୍ତଙ୍କ ବ୍ରତ ହେଉ। ସରକାରୀ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପାରଦର୍ଶୀ ପ୍ରଶାସନ ଗଠନ ଦିଗରେ ସମସ୍ତେ ଏକନିଷ୍ଠ ହୋଇ କାର୍ଯ୍ୟ କରନ୍ତୁ। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

ସୂଚନାଯୋଗ୍ୟ, ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି। ରାଜ୍ୟର ଅନ୍ୟତମ ପ୍ରତିଭା ଦେବିକା ପ୍ରିୟଦର୍ଶିନୀଙ୍କୁ ୯୫ତମ ରାଙ୍କ ମିଳିଥିବା ବେଳେ ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ ରହିଛନ୍ତି। ସେହିପରି ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ ଅନୁପ ନାୟକ ରହିଛନ୍ତି। ସେହିପରି ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର, ୪୨୮ରେ ଧୃତିରାଜ ମିଶ୍ର, ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬ରେ ସମରନ ସାହୁ, ୮୪୦ରେ ରିଶିତା ଦାଶ, ୯୭୧ରେ ଗୋପୀନାଥ ସାହୁ, ୯୮୭ରେ ଆଦିତ୍ୟ ବେହେରା ଓ ୯୯୪ରେ ଅନ୍ନପୂର୍ଣ୍ଣା ମିଶ୍ର ଅଛନ୍ତି। 

ଆଇଏଏସ୍‌ ପରୀକ୍ଷାରେ ଶକ୍ତି ଦୁବେ ଶ୍ରେଷ୍ଠ ସ୍ଥାନ ଅଧିକାର କରଥିବା ବେଳେ ହର୍ଷିତା ଗୋୟଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅର୍ଚ୍ଚିତ ପରାଗ, ଶାହ ମାର୍ଗି ଚିରାଗ ଓ ଆକାଶ ଗର୍ଗ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। କୋମଲ କୁନିଆକୁ ଷଷ୍ଠ ଓ ଆୟୁଶି ବଂଶଲଙ୍କୁ ଏହି ପରୀକ୍ଷାରେ ୭ମ ରାଙ୍କ ମିଳିଛି। ରାଜ କ୍ରିଷ୍ଣା ଝା, ଆଦିତ୍ୟ ବିକ୍ରମ ଅଗ୍ରୱାଲଓ ମୟଙ୍କ ତ୍ରିପାଠୀଙ୍କୁ ଯଥାକ୍ରମେ ଅଷ୍ଟମ, ନବମ ଓ ଦଶମ ସ୍ଥାନ ମିଳିଛି। 

ୟୁପିଏସ୍‌ସି ସଂକ୍ଷିପ୍ତ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ଫଳାଫଳ ଦେଖିବା ପାଇଁ www.upsc.gov.inକୁ ଯାଇ ଆପଣଙ୍କ ରେଜଲ୍ଟ ଦେଖିପାରିବେ।

CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe