ପାକିସ୍ତାନ ବିପକ୍ଷରେ ବିଜୟୀ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଇସିସି ଦ୍ବାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ରବିବାର ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ଅନୁଭବ କରିଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶ୍ରୀ ମାଝୀ ଅଭିନନନ୍ଦନ ଜଣାଇଛନ୍ତି।

ଅଦ୍ୟତନ ହୋଇଛି
CM wishs team india

CM wishs team india Photograph: (sambad.in)

ଭୁବନେଶ୍ବର: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ଦ୍ବାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ରବିବାର ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ଅନୁଭବ କରିଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶ୍ରୀ ମାଝୀ ଅଭିନନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର ବିଜୟଧାରା ଜାରି ରହୁ। ଭାରତୀୟ ଟିମ୍‌କୁ ନେଇ ଆମେ ଗର୍ବିତ। 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ୫୧ତମ ବିରାଟ ଶତକ ସହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଥିଲା।

ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିଲା। 

ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ। ପାକିସ୍ତାନ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା।

ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ। ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe